xmas

୨୦୨୩ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚିତ

ଉନ୍ମୋଚିତ ହେଲା ୨୦୨୩ରେ ହେବାକୁ ଥିବା ହକି ବିଶ୍ୱକପ୍ ଲୋଗୋ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟରେ ଏହି ଲୋଗୋକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ୨୦୨୩ ମସିହା ଜାନୁଆରୀ ୧୩ ତାରିଖରୁ ଏହି ବିଶ୍ୱକପ୍ ଆରମ୍ଭ ହୋଇ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଯାହାର ଲୋଗୋକୁ ଆଜି ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ତେବେ ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ବିଶ୍ୱକପର ମ୍ୟାଚ୍ ଖେଳାଯିବ । ୨୦୧୮ରେ ଏନେଇ ରାଜ୍ୟ ସରକାର ଘୋଷଣା କରିିଲେ । ତେବେ ଏଥର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସାମୁଣ୍ଡା ଷ୍ଟାଡିୟମରେ ମଧ୍ୟ ମ୍ୟାଚ୍ ଆୟୋଜନ ହେବ ।

Leave A Reply

Your email address will not be published.