mobile header

କଳିକା ପରିବାର ପକ୍ଷରୁ ବିଷୁବ ମିଳନ ଓ କବିତା ପାଠୋତ୍ସବ  

ଦେବଗଡ଼,14/4             ଦେବଗଡ଼ ଜିଲ୍ଲାର ଅଗ୍ରଣୀ କଳାନୁଷ୍ଠାନ “କଳିକା ” ପକ୍ଷରୁ ମହା ବିଷୁବ ସଂକ୍ରାନ୍ତି ଅବସରରେ ସ୍ଥାନୀୟ ସେଣ୍ଟର ଫର କଲଚର କୋଠା ରେ ବନ୍ଧୁମିଳନ ଓ  କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ବରିଷ୍ଠ ଆଇନଜୀବୀ ତଥା ସିନେ ନିର୍ଦେଶକ ଅତୁଲ୍ୟ କୁମାର ପୁଝାରୀଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ପୋୖରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଅନୁଷ୍ଠାନର ସଦସ୍ୟ ତଥା ଜିଲ୍ଲା ସଂସ୍କୃତି ପରିଷଦ ସମ୍ପାଦକ ଦିଲୀପ କୁମାର ଗୁରୁ, ବରିଷ୍ଠ ସାମ୍ବାଦିକ ତଥା ଓୟୁଜେ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ପ୍ରମୁଖ ମଞ୍ଚାସିନ ହୋଇ ଉପସ୍ଥିତ ଜନସାଧାରଣଙ୍କୁ ବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା ଦେବା ସହ କାର୍ଯ୍ୟକ୍ରମ ଆୟୋଜନର ଉଦେଶ୍ୟ ସମ୍ପର୍କ ରେ  ବକ୍ତବ୍ୟ ଉପସ୍ଥାପନ କରିଥିଲେ l

ଏହି ଅବସରରେ ଜିଲ୍ଲାର ବରିଷ୍ଠ ନାଟ୍ୟକାର ହେମନ୍ତ କୁମାର ମହାପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ଲେଖକ ମଙ୍ଗୁଳି ଚରଣ ସେଠିଙ୍କ ଦ୍ୱାରା ଲିଖିତ ଶିଶୁ ପତ୍ରିକା   ” ଅ  ରେ  ବାଡ଼ି  ଆ ” ଉନ୍ମୋଚିତ କରାଯାଇଥିଲା l ସେହିପରି ଅନୁଷ୍ଠିତ କବିତା ପାଠୋତ୍ସବ ରେ ଜିଲ୍ଲାର 100 ରୁ ଉର୍ଧ୍ଵ କବି ଓ କବୟତ୍ରୀ ସ୍ୱ ରଚିତ କବିତା ପାଠ କରିଥିଲେ l କବି ସମ୍ମିଳନୀ ରେ ଅଧ୍ୟାପକ ଚିତ୍ତ ରଞ୍ଜନ ଦାସ ଓ ଶିକ୍ଷୟତ୍ରୀ ପଦ୍ମିନୀ ମହାପାତ୍ର କବିତା ଗୁଡିକୁ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନରେ ଅନୁଷ୍ଠାନର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ l 

Leave A Reply

Your email address will not be published.