mobile header

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟା ସ୍ଥଗିତ

କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ମନ୍ତ୍ରୀ କିମ୍ବା ଜିଲ୍ଲାଧିକାରୀ କୋଟାରୁ ମିଳିବନି ଆଡମିସନ । ସାଂସଦ, ଜିଲ୍ଲାଧୀକାରୀ ଏବଂ ସ୍ୱତନ୍ତ୍ର ସୁବିଧା ବାବଦରେ ମନ୍ତ୍ରୀ କୋଟାରେ ମିଳୁଥିବା ନାମ ଲେଖା ପ୍ରାବଧାନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଗତ ସପ୍ତାହରେ ଲୋକସଭାରେ ଏହି ବିଷୟକୁ ଉଠାଇ କଂଗ୍ରେସ ସାଂସଦ ମନୀଷ ତିୱାରୀ କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟାରେ ମିଳୁଥିବା ଆଡମିସନ ବିଷୟରେ ପ୍ରଶ୍ନ କରିଥିଲେ । ଏଥିରେ ସେ ସାଂସଦ କୋଟାକୁ ବନ୍ଦ କରିବାକୁ ଦାବି କରିଥିଲେ । ସେହି ସମୟରେ ଏହାକୁ ନେଇ ସଂସଦରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଥିଲା । କେତେକ ସାଂସଦ ଏହାର ଦୁରୁପଯୋଗ ହେଉଥିବା ଅଭିଯୋଗ କରି ଏହାକୁ ବନ୍ଦ କରିବାକୁ କହିଥିବା ବେଳେ, ଅନ୍ୟ କିଛି ଏହି କୋଟାରେ ସିଟ୍ ବଢାଇବାକୁ ଅପିଲ କରିଥିଲେ ।

ଏହା ପରେ ଲୋକସଭା ବାଚସ୍ପତି ଏହି ବିଷୟରେ ସମସ୍ତ ଦଳକୁ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସମସ୍ତ ସାଂସଦ ମିଶି ଏହି ନିଷ୍ପତି ନିଅନ୍ତୁ କି ସାଂସଦ କୋଟା ରହିବା ଦରକାର, କିମ୍ବା ଏହାକୁ ଉଚ୍ଛେଦ କରିବା ଉଚିତ୍। ୧୯୭୫ମସିହାରେ କେନ୍ଦ୍ର ସରକାରଙ୍କ ଯୋଜନା ମୁତାବକ ଏକ ସ୍ୱତନ୍ତ୍ରବ ବିଧେୟକ ଆଣି ସାଂସଦ କୋଟା ପ୍ରଚଳନ କରାଯାଇଥିଲା । ଏହି ଯୋଜନାରେ ରାଜ୍ୟସଭା ଏବଂ ଲୋକସଭା ସାଂସଦଙ୍କ ପାଇଁ ସିଟ୍ ନିର୍ଦ୍ଦାରଣ କରାଯାଇଥିଲା । ଏହାରି ମାଧ୍ୟମରେ ସାଂସଦ ଆବଶ୍ୟକ କରୁଥିବା ବିଦ୍ୟାର୍ଥୀଙ୍କୁ ଏହି କୋଟା ବଳରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇ ପାରିବେ । ସାଂସଦଙ୍କ ସମେତ କେନ୍ଦ୍ରିୟ ଶିକ୍ଷାମନ୍ତ୍ରୀଙ୍କ ପାଖରେ ୪୫୦ ଛାତ୍ରଙ୍କୁ ଏହି କୋଟାରେ ପ୍ରବେଶ ମିଳୁଥିଲା । ତେବେ ବର୍ତ୍ତମାନ କେବିସିର ଏହି ନିଷ୍ପତି ପରେ ଏହା ଆଉ ହୋଇପାରିବ ନାହିଁ

Leave A Reply

Your email address will not be published.