xmas

ଚିତ୍ରକୋଣ୍ଡା ରେ ଉଦଘାଟନ ଅପେକ୍ଷାରେ ଦମକଳ କେନ୍ଦ୍ର l *ଚିତ୍ରକୋଣ୍ଡା ରେ କୋଟ ନିର୍ମାଣ ଏବଂ ଉପଖଣ୍ଡ ଚିକିତ୍ସାଳୟ ମେଡିକାଲ ନିମନ୍ତେ ଜାଗା ଚି଼ହ୍ନଟ ସରିଛି, ନିର୍ମାଣ ଅପେକ୍ଷାରେ ଅଛି

ଚିତ୍ରକୋଣ୍ଡା:-12/04/2022-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ପଞ୍ଚାୟତ ଅଞ୍ଚଳରେ ପ୍ରତି ବର୍ଷ ଡ଼ଙ୍ଗା ବୁଡ଼ି ଏବଂ ନଦୀରେ ଭାସି ଯାଇ ବହୁ ଲୋକେ ପ୍ରାଣ ହରାଉ ଥିଲେ l ଉକ୍ତ ଅଞ୍ଚଳ ବାସୀଙ୍କ ପାଇଁଙ୍କ ବଡ଼ ସମସ୍ୟା ଥିଲା ଦମକଳ କେନ୍ଦ୍ର l କାରଣ ହଠାତ ଡ଼ଙ୍ଗା ବୁଡ଼ି ଘଟଣା ଘଟିଲେ ଚିତ୍ରକୋଣ୍ଡା ତହସିଲଦାର ଜାଣିବା ପରେ ପଚାଶ ରୁ ଅଶି କିଲୋମିଟର ଦୁରକୁ କୋରୁକୋଣ୍ଡା, ଗୁମା ଏବଂ ମାଥିଲି ଦମକଳ କେନ୍ଦ୍ର କୁ ଜଣାଇବା ପରେ ସେଠାରୁ ଦମକଳ କେନ୍ଦ୍ର ବାହିନୀ ଆସି ନଦୀରୁ ଲୋକଙ୍କୁ ଉଦ୍ଧାର କଲା ବେଳକୁ ବହୁ ଲୋକେ ଅକାଳରେ ପ୍ରାଣ ହରାଉଥିଲେ l ଉକ୍ତ ସମସ୍ୟା ଖବର ଟି ଧରିତ୍ରୀ ସମେତ ଅନ୍ୟ ଖବର କାଗଜରେ ବାରମ୍ବାର ଖବର ପ୍ରଶାରିତ ହେବା ସହ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ଙ୍କ ସହ ଯୋଗାଯୋଗ କରିବାରୁ ଦମକଳ କେନ୍ଦ୍ର ହେବା ପାଇଁ ଉଭୟ ଅଧିକାରୀ ପ୍ରତିଶୃତି ଦେଇଥିଲେ ତା ପରେ ଚିତ୍ରକୋଣ୍ଡା ରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଜିଲା ପ୍ରଶାସନ ତରଫରୁ ତତପର ହୋଇଥିଲେ l ମାଲକାନଗିରି ଜିଲାପାଳ ଙ୍କ କାର୍ଯ୍ୟଳୟ ଚିଠି ନମ୍ବର 42155 ତା 29/11/2021 ଅନୁଯାଇ ଚିତ୍ରକୋଣ୍ଡା ରେ ଦମକଳ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ରଖି ଜଣାଇବା ପରେ ବ୍ରହ୍ଣପୁର ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ଙ୍କ ଚିଠି ନମ୍ବର 1578/ ତା-18/12/2021 ରିଖ ଦିନ ଚିତ୍ରକୋଣ୍ଡା ରେ ଦମକଳ କେନ୍ଦ୍ର ଖୋଲିବାକୁ ମଞ୍ଜୁରୁ କରାଯିବା ସହ ଜାଗା ଚି଼ହ୍ନଟ ପାଇଁ ଚିତ୍ରକୋଣ୍ଡା ତହସିଲଦାର ଙ୍କୁ ଜଣାଇଥିଲେ l ଚିତ୍ରକୋଣ୍ଡା ତହସିଲଦାର ତତକ୍ଷଣାତ ଜାଗା ଚିହ୍ନଟ କରି ଟ୍ରେସ ମ୍ୟାପ ସହ ତଥ୍ୟ ପ୍ରଦାନ କରିଥିଲେ l ଚିତ୍ରକୋଣ୍ଡା ଅଞ୍ଚଳ ରେ ଦମକଳ କେନ୍ଦ୍ରର ଜରୁରୀ ଆବଶ୍ୟକତା ଅନୁଭବ କରି ଜାଗା ଚିହ୍ନଟ ସ୍ଥାନରେ ସ୍ଥାଇ ଦମକଳ କେନ୍ଦ୍ର ନିର୍ମାଣ ହେବା ପୂର୍ବରୁ ଆଜି ଠାରୁ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଅସ୍ଥାୟୀ ଭାବରେ ଦମକଳ କେନ୍ଦ୍ର ଚାଲୁ କରିବା ନିମନ୍ତେ ସମସ୍ତ ଅଗ୍ନିଶମ କର୍ମଚାରୀ ଙ୍କ ସମେତ ଦମକଳ ଗାଡି ଆସି ଚିତ୍ରକୋଣ୍ଡା ମହଜୁଦ ଅଛି ଯାହାକି ଆସନ୍ତା ଏକ ସପ୍ତାହ ମଧ୍ୟରେ ଅସ୍ଥାୟୀ ଦମକଳ କେନ୍ଦ୍ରଟିର ଶୁଭ ଘାଟନ କରାଯିବ ବୋଲି ସୂଚନା ମିଳିଛି l ଉକ୍ତ ଖବର ଚିତ୍ରକୋଣ୍ଡା ଅଞ୍ଚଳ ବାସି ଜାଣିବା ପରେ ଆନନ୍ଦିତ ହେବା ସହ ମୁଖ୍ୟମନ୍ତ୍ରୀ, ନବରଙ୍ଗପୁର ସାଂସଦ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇ ଛନ୍ତି l ସେହିପରି ଚିତ୍ରକୋଣ୍ଡା ରେ କୋଟ ନିର୍ମାଣ ଏବଂ ଉପଖଣ୍ଡ ଚିକିତ୍ସାଳୟ ମେଡିକାଲ ବିଲଡିଂ ନିର୍ମାଣ ହୋଇ ଚାଲିବା ନିମନ୍ତେ ଚିତ୍ରକୋଣ୍ଡା ତହସିଲ ତରଫରୁ ଜାଗା ଚି଼ହ୍ନଟ ସରିଛି, କେବଳ ସରକାର ତଥା ପ୍ରଶାସନ ଙ୍କ ନିର୍ଦେଶନାମl ଅପେକ୍ଷାରେ ଉକ୍ତ କୋଟ ଏବଂ ମେଡିକାଲ ବିଲଡିଂ କାମ ଚାଲିବାକୁ ଅପେକ୍ଷାରେ ରହିଛି l

Leave A Reply

Your email address will not be published.