mobile header

ନୟାଗଡ଼ରେ ନୀଳମାଧବଙ୍କୁ କଲେ ଦର୍ଶନ ୫-ଟି ସଚିବ

-ଟି ସଚିବ ଭି.କେ ପାଣ୍ଡିଆନ ନୟାଗଡ଼ ଗସ୍ତ କରିଛନ୍ତି । ନୟାଗଡ଼ ଜିଲା କଣ୍ଟିଲୋ ବିଜେ କରିଥିବା ଜଗନ୍ନାଥଙ୍କ ଆଦିପୀଠ ପ୍ରସିଦ୍ଧ ନୀଳମାଧବ ମନ୍ଦିରରେ ନୀଳମାଧବଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ କଣ୍ଟିଲୋ ନୀଳମାଧବ ପୀଠର କିଭଳି ଉନ୍ନତିକରଣ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ଭି. କେ ପାଣ୍ଡିଆନ । ଗସ୍ତ ସମୟରେ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ, ଖଣ୍ଡପଡା ବିଡିଓ ଅରୁଣିମା ସାହୁ ,ତହସିଲଦାର ପାର୍ଥସାରଥି ହାଁସଦା ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ମନ୍ଦିରରେ ପୂଜକ ମାନେ ୫-ଟି ସଚିବଙ୍କୁ ସ୍ୱାଗତ କରିବା ସହ ମନ୍ଦିର ଭିତରେ ନୀଳମାଧବଙ୍କୁ ଦର୍ଶନ କରାଇଥିଲେ । ଭି.କେ ପାଣ୍ଡିଆନଙ୍କ ଗସ୍ତ ମନ୍ଦିରର ଉନ୍ନତି କରଣ ଦିଗରେ ଅନେକ ଗୁରୁତ୍ୱ ରଖୁଛି । ଏଥି ସହିତ ଜିଲ୍ଲାର ବିଭିନ୍ନ୍ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ଅନେକ ନିର୍ମାଣଧିନ କାର୍ଯ୍ୟକୁ ତ୍ୱରାନିତ କରିବାକୁ ମଧ୍ୟ ସରକାରୀ ଅଧିକାରୀଙ୍କୁ କହିଥିଲେ ୫-ଟି ସଚିବ ।

Leave A Reply

Your email address will not be published.