mobile header

ଓମଫେଡ଼ ଇ-ବଜାର ପୁରସ୍କାରରେ ସମ୍ମାନିତ

ଗାନ୍ଧୀନଗର -ଗୁଜୁରାଟରେ ଜାତୀୟ ଡେରୀ ସମବାୟ ମହାସଂଘ(ଏନ.ସି.ଡି.ଏଫ.ଆଇ) ଦ୍ୱାରା ଇ କମର୍ସରେ ସକ୍ରିୟ ଅଂଶଗ୍ରହଣ ପାଇଁ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ମହାସଂଘ(ଓମଫେଡ଼)କୁ ଇ-ବଜାର ପୁରସ୍କାର ପ୍ରଦାନ କରାଯାଇଛି ।

ଉକ୍ତ ଉତ୍ସବରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ କରକମଳରୁ ଓମଫେଡ଼ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆଶୀଷ ଚନ୍ଦ୍ର ସିହ୍ନା ଏହି ପୁରସ୍କାର ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବି.ଏଲ.ଶର୍ମା , ଗୁଜରାଟର ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଜଗଦୀଶ ପାଞ୍ଚାଲ, ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀ ସତୀଶ ମରାଠେ,ଜାତୀୟ ଡ଼େରୀ ବିକାଶ ସଂସ୍ଥାନ ର ଅଧ୍ୟକ୍ଷ ଶ୍ରୀ ମିନେଶ ଶାହା, ଜାତୀୟଡେରୀ ସମବାୟ ମହାସଂଘର ଅଧ୍ୟକ୍ଷ ଶ୍ରୀ ମଙ୍ଗଳଜିତ ରାଏ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ.ସି.ସୁପକାର ଉପସ୍ଥିତ ଥିଲେ ।

ପ୍ରକାଶ ଥାଉ କି,ଜାତୀୟ ଡେରୀ ସମବାୟ ମହାସଂଘ ସମବାୟ କ୍ଷେତ୍ରରେ ଏକ ପଞ୍ଜୀକୃତ ତଥା ସମ୍ପ୍ରତି ବହୁମୂଖୀ ରାଜ୍ୟ ସମବାୟ ଆଇନ ପରିସରଭୁକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ର ସମବାୟ ମହାସଂଘ ମାନଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଏକ ଶୀର୍ଷ ସମବାୟ ସଂସ୍ଥା । ଓମଫେଡ଼ ମୁଖ୍ୟତଃ ଡ଼େରୀଯନ୍ତ୍ରପାତି, ଡ଼େରୀ ଓ ଗୋଖାଦ୍ୟ କାରଖାନା ରେ ବ୍ୟବହୃତ କଞ୍ଚାମାଲ ପାଇଁ ( ଇ-ବଜାର )ଇ-କମର୍ସରେ ସକ୍ରିୟ ଅଂଶଗ୍ରହଣ କରିଆସୁଛି ।

ଜାତୀୟ ଡେରୀ ସମବାୟ ମହାସଂଘ(ଏନ.ସି.ଡି.ଏଫ.ଆଇ)ର ଇ-ବଜାର ମାଧ୍ୟମରେ ଓମଫେଡ଼ ଉଚ୍ଚକୋଟୀର ମୂଲ୍ୟ ନିରୂପଣ ବ୍ୟବସ୍ଥା, ଉତ୍ପାଦର ନିଶ୍ଚିତ ଗୁଣବତ୍ତା, ଦ୍ରୁତ ତଥା ବ୍ୟବହାରଯୋଗ୍ୟ ବ୍ୟବସ୍ଥା, କମ ବିନିମୟ ମୂଲ୍ୟ, ସ୍ଵଚ୍ଛତା ଏବଂ ସମୀକ୍ଷା ଯୋଗ୍ୟ ପଣ୍ୟଦ୍ରବ୍ୟର ବ୍ୟବସାୟ କରିଆସୁଛି ।

Leave A Reply

Your email address will not be published.