mobile header

ଆରମ୍ଭ ହେଲା ‘ସବ୍‍କା ବିକାଶ ମହାକୁଇଜ୍‍

ଦେଶର ସର୍ବବୃହତ କୁଇଜ୍‍ ପ୍ରତିଯୋଗୀତା ‘ସବ୍‍କା ବିକାଶ ମହାକୁଇଜ୍‍’ ଆଜିଠାରୁ ଶୁଭାରମ୍ଭ ହୋଇଛି। ସରକାରଙ୍କର ବିଭିନ୍ନ ଯୋଜନା ଓ ଉତ୍ତମ ପ୍ରଶାସନ ସଂକ୍ରାନ୍ତରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି କୁଇଜ୍‍ ପ୍ରତିଯୋଗିତା ଆରମ୍ଭ କରାଯାଇଛି। ପ୍ରଥମ କୁଇଜ୍‍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଉପରେ ଆଧାରିତ। କୋଭିଡ୍‍ ମହାମାରୀ ସମୟରେ ବିଭିନ୍ନ ବାଧାବିଘ୍ନ ଯୋଗୁଁ ଗରିବ ଲୋକମାନେ ସମ୍ମୁଖୀନ ହୋଇଥିବା ଅସୁବିଧା ଗୁଡ଼ିକୁ ଦୂର କରିବା ଲାଗି ଗରିବ ଲୋକମାନଙ୍କ ଉପରେ ସକାଶେ ଏହି ଯୋଜନାକୁ କାର୍ଯ୍ୟକାରି କରାଯାଇଥିଲା। କୌଣସି ଗରିବ ଲୋକ କିମ୍ବା ଅସହାୟ ବ୍ୟକ୍ତି ବା ପରିବାର ଭୋକରେ ନ ରହୁ ତାହାକୁ ନିଶ୍ଚିତ କରିବା ପାଇଁ ଏହି ଯୋଜନା ଘୋଷଣା କରାଯାଇଥିଲା।

ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ସୂଚନାନୁଯାୟୀ, ଭାରତରତ୍ନ ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି କୁଇଜ୍‍ ପ୍ରତିଯୋଗୀତାର ଶୁଭାରମ୍ଭ ହୋଇଛି। ଏହି ପ୍ରତିଯୋଗିତା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ୩୦୦ ସେକେଣ୍ଡ ମଧ୍ୟରେ ୨୦ଟି ପ୍ରଶ୍ନର ଉତ୍ତର ଦେବା ପାଇଁ ଧାର୍ଯ୍ୟ କରାଯାଇଛି। ଇଂରାଜୀ, ହିନ୍ଦୀ, ଅହମିୟା, ବେଙ୍ଗଲୀ, ଗୁଜରାଟୀ, କର୍ଣ୍ଣଡ, ମଲାୟଲୀ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲି ଓ ତେଲୁଗୁ ଆଦି ୧୨ଟି ଭାଷାରେ କୁଇଜ୍‍ ପ୍ରଶ୍ନ ଗୁଡ଼ିକ ଉପଲବ୍ଧ ରହିବ। www.mygov.in ଜରିଆରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଲୋକମାନେ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ।

Leave A Reply

Your email address will not be published.