mobile header

ଅଗଷ୍ଟ ୨୮ରେ JEE (ଆଡଭାନ୍ସଡ): ୨ଟି ସିଟିଂରେ ହେବ ପରୀକ୍ଷା

ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସଡ ୨୦୨୨ର ପରୀକ୍ଷା ସମୟ ପରିବର୍ତ୍ତନ କରାଯାଇଛି । ଲବେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ ଅଗଷ୍ଟ ୨୮ରେ ଜେଇଇ ଆଡଭାନ୍ସଡ ୨୦୨୨ ପରୀକ୍ଷା କରିବ । ଏହା ପୂର୍ବରୁ ଏହି ପରୀକ୍ଷା ଜୁଲାଇ ୩ରେ ହେବାକୁ ସ୍ଥିର ଥିଲା ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଅଗଷ୍ଟ ୨୮ ତାରିଖରେ ୨ଟି ସିଟିଂରେ ହେବ ଜେଇଇ ଆଡଭାନ୍ସଡ ପରୀକ୍ଷା । ଏଥିପାଇଁ ଆବେଦନ ପ୍ରକ୍ରିୟା ୭ରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଆବେଦନ ଶୁଳ୍କ ଦେବାର ଶେଷ ତାରିଖ ହେଉଛି ୧୨ ଅଗଷ୍ଟ । ଯେଉଁ ପ୍ରାର୍ଥୀମାନେ ଜେଇଇ ଆଡଭାନ୍ସଡ ୨୦୨୨ରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନେ ୨୩ରୁ ୨୮ ଅଗଷ୍ଟ ୨୦୨୨ସୁଦ୍ଧା ନିଜର ଆଡମିଟ୍ କାର୍ଡ ଜେଇଇ ଆଡଭାନ୍ସଡର ଅଫିସିଆଲ ୱେବସାଇଟ କୁ ଯାଇ ଡାଉନଲୋଡ କରିପାରିବେ ।

ଜେଇଇ ଆଡଭାନ୍ସଡ ୨୦୨୨ ପରୀକ୍ଷା ସକାଳ ଏବଂ ଅପରାହ୍ନ ସିଫ୍ଟରେ କରାଯିବ । ପେପର ୧ ସକାଳ ୯ ଟାରୁ ୧୨ ଟା ପର୍ଯ୍ୟନ୍ତ ଚାଲିବ ଓ ପେପର ୨ ଅପରାହ୍ନ ୨:୩୦ ରୁ ୫:୩୦ ପର୍ଯ୍ୟନ୍ତ ଚାଲିବ । ଜେଇଇ ଆଡଭାନ୍ସଡ ୨୦୨୨ ଫଳାଫଳ ସେପ୍ଟେମ୍ବର ୧୧ ରେ ପ୍ରକାଶ ପାଇବ ।

Leave A Reply

Your email address will not be published.