mobile header

ରାଜଧାନୀରେ ଚାଞ୍ଚଲ୍ୟ: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ରାଜଧାନୀର ନାଲ୍‌କୋ ଛକରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଯୁବକଙ୍କୁ କେହି ହତ୍ୟା ପରେ ଏଠାରେ ଟାଙ୍ଗିଦେଇଥିବା ସନ୍ଦେହ କରାଯାଉଛି।

ସୂଚନାନୁସାରେ, ଶୁକ୍ରବାର ସକାଳେ ରାଜଧାନୀର ଜନଗହଳିପୂର୍ଣ୍ଣ ନାଲ୍‌କୋ ଛକରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ଯୁବକଙ୍କ ବେକରେ ଏକ ଗାମୁଛା ବନ୍ଧା ଯାଇଥିବା ବେଲେ ସେ ତଳେ ବସିରହିଥିବା ଦେଖିବାକୁ ମିଳିଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.