ସମ୍ବଲପୁରର ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡ. ବିଶ୍ୱ ମୋହନ ଜେନାଙ୍କୁ ସର୍ବୋଚ୍ଚ ପ୍ରବାସୀ ଭାରତୀୟ ସମ୍ମାନ ‘ହିନ୍ଦ ରତନ’ ପୁରସ୍କାର ପ୍ରଦାନ କରାଯାଇଛି। ରାଜଧାନୀ ନୂଆଦିଲ୍ଲୀଠାରେ ଆୟୋଜିତ ୪୧ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଡ. ଜେନାଙ୍କୁ ସମ୍ବଲପୁର ଜିଲାରେ ନିରନ୍ତର ଭାବରେ ଶିକ୍ଷା ଓ ଅଣ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜିଲା ଜାତୀୟ ସେବା ଯୋଜନାର ମୁଖ୍ୟ ସଂଯୋଜକ ଡ. ଜେନା ୨୫ଟି ପୁସ୍ତକ ରଚନାରେ ସହଭାଗିତା ଏବଂ ୧୦ଟି ପୁସ୍ତକକୁ ସମ୍ପାଦକନା କରି ସାରିଛନ୍ତି। ଏଥି ସହ ଡ. ଜେନା ରକ୍ତଦାନ, ଟ୍ରାଫିକ ସଚେତନତା, ଚାରାରୋପଣ, ଦୁର୍ଘଟଣା ରୋକିବା ପାଇଁ ସଚେତନତା, ତମାଖୁ ନିରୋଧି ଅଭିଯାନ, ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ସାମାଜିକ ଓ ଜନସେବାରେ ନିରନ୍ତର ଜାରି ରଖିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଓଡିଶାରୁ ଏକ ମାତ୍ର ବ୍ୟକ୍ତି ଭାବରେ ସମ୍ବର୍ଦ୍ଧିତ ହୋଇଥିବା ଡ. ଜେନାଙ୍କ ଏହି କୃତୀତ୍ୱ ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।
Sign in
Sign in
Recover your password.
A password will be e-mailed to you.