ସ୍ୱାଭିମାନ ଅଞ୍ଚଳ ଗସ୍ତ କଲେ ମୁଖ୍ୟ ଶାସନ ସଚିବ

ଚିତ୍ର କୋଣ୍ଡା (15April).

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମାଲକାନଗିରିରେ ପହଁଚିବା ପରେ । ଡି ଆର ଡି ଏ ସଭା ଗୃହରେ ଜିଲ୍ଲାର ବରିଷ୍ଟ ଅଧିକାରୀ ଓ କର୍ମଚାରୀଙ୍କ ସହ ଜିଲ୍ଲାର ବିକାଶ ଦିଗରେ ଏକ ଆଲୋଚନା କରିଥିଲେ । ଏବଂ ଜିଲ୍ଲାରେ ହେବାକୁ ଥିବା ଏୟାର ଷ୍ଟ୍ରିପ ଜାଗା ବୁଲିବା ସହ ଜିଲ୍ଲା ସୀମାନ୍ତ ମୋଟୁ ଅଞ୍ଚଳ ମଧ୍ୟ ଗସ୍ତ କରିଥିଲେ। ତେବେ ଆଜି ରାଜ୍ୟ ସରକାରଙ୍କ ଫୋକୋଶରେ ଥିବା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବାଲିମେଳା ଲଞ୍ଚ ଘଟରୁ ଲଞ୍ଚ ଯୋଗେ ସ୍ୱାଭିମାନ ଅଂଚଳର ହାନ୍ତାଳଗୁଡା ଠାରେ ପହଞ୍ଚି ଥିଲେ । ସ୍ୱାଭିମାନ ଅଞ୍ଚଳ ବାସୀ ମୁଖ୍ୟ ଶାସନ ସଚିବଙ୍କୁ ନିଜ ପରମ୍ପରିକ ନୃତ୍ୟୁ ରେ ସ୍ୱାଗତ ଜଣେଇଥିଲେ । ହନ୍ତାଳଗୁଡ଼ାରେ ପହଁଚି ସେତୁ ଯୋଜନା ମାଧ୍ୟମରେ ହେଉଥିବା କାର୍ଯ୍ୟ ସହ ଅନାନ୍ୟା କାର୍ଯ୍ୟର ସମୀକ୍ଷା କରିଥିଲେ। ଏବଂ ବଡ଼ପଡା ଠାରେ ଅତ୍ୟାଧୁନିକ ଜ୍ଞାନ କୌଶଳ ରେନିର୍ମାଣ ହୋଇଥିବା ଚିକିସ୍ୟାଳୟକୁ ମଧ୍ୟ ବୁଲି ଦେଖିଥିଲେ । କିଭଳି ଭାବେ ସ୍ୱାଭିମାନ ଅଞ୍ଚଳର ଅଧିକ ବିକାଶ ହେବ ସେଥିନିମନ୍ତେ ଆଲୋଚନା କରିଥିଲେ। ତାଙ୍କ ସହ ମାଲକାନଗିରି ଏସ.ପି ନିତେଶ ୱଧବନୀ , ଏ ଡି ଏମ ବିରସେନ ପ୍ରଧାନ ସହ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.