mobile header

ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ୍ ତାଡିନେଇ ଲୁଟ୍ ମାମଲା : ମିଶନ୍ ଇମ୍ପୋସିବୁଲ୍ ଜରିଆରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀ ଓ ଲିଙ୍ଗିପୁର ଅଞ୍ଚଳରେ ଥିବା ଏସ.ବି.ଆଇ, ଏଟିଏମକୁ କିଛି ଅଜଣା ଦୁର୍ବୁତ୍ତ ତାଡି ନେଇ ସେଥିରେ ଥିବା କୋଡିଏ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ କରି ନେଇଥିଲେ । ଏହି ପରି ଘଟଣା ଭୁବନେଶ୍ୱର ପୋଲିସ ପାଇଁ ନୂଆ ଥିଲା, କାରଣ ଏମିତି ଢଙ୍ଗରେ ଲୁଟ ଘଟଣା ଆଗରୁ ଓଡିଶାରେ କେବେ ଘଟି ଥିବାର ନଜିର ନଥିଲା । କମିସନରେଟ ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଘଟଣାର ତଦନ୍ତ ପାଇଁ ଡିସିପି ଡଃ.ଉମାଶଙ୍କର ଦାଶଙ୍କ ନେତୃତ୍ୱରେ ଗଠିତ ସ୍ପେସିଆଲସ୍କ୍ୱାଡ୍ ଟିମ, ଯେଉଁଥିରେ ଏସିପି ସଂଜୀବ ଶତପଥି, ଏସିପି ହିମାଂଶୁ ସ୍ୱାଇଁ ଓ ଇନ୍ସପେକଟର ଚିତ୍ତରଞ୍ଜନ ରାଉତଙ୍କୁ ତଦନ୍ତର ଦାଇତ୍ୱ ଭାର ଦିଆ ଯାଇଥିଲା ।


ଏହି ସ୍ପେସିଆଲସ୍କ୍ୱାଡ୍ ଟିମ ଅପରାଧର ବିଭିନ୍ନ ଦିଗକୁ ଅନୁସନ୍ଧାନ କରିବା ସହିତ ଘଟଣା ସ୍ଥଳରେ ଥିବା CCTV ଫୁଟେଜକୁ ଯାଞ୍ଚ କରିଥିଲେ । ଏହି ଯାଞ୍ଚରୁ ଜଣାପଡ଼ିଥିଲା ଏହି ଘଟଣାରେ ୫ଜଣ ଅପରାଧୀ ପ୍ରତ୍ୟକ୍ଷ ଭାବେ ସାମିଲ ଅଛନ୍ତି ଓ ଏହି ଅପରାଧ ଭିଆଇବା ପାଇଁ ଅପରାଧୀ ମାନେ ଗୋଟେ ଚୋରା ଟାଟା ଏସିଇ, ଯେଉଁଟାକି ଲିଙ୍ଗିପୁର ଅଞ୍ଚଳରୁ ଚୋରି ହୋଇଥିଲା ଏବଂ ତାକୁ ଏଟିଏମ ମେସିନକୁ ଘଟଣା ସ୍ଥଳରୁ ଦୟାନଦୀ କୂଳ ପର୍ଯ୍ୟନ୍ତ ନେବାରେ ବ୍ୟବହାର କରିଥିଲେ । ଏହି ସବୁ ତଥ୍ୟ ପାଇବା ପରେ ପୋଲିସ ଟିମ ପୁଣି ଥରେ ଘଟଣା ସ୍ଥଳ ଆଖ ପାଖରେ ଥିବା CCTV ଫୁଟେଜକୁ ତର୍ଜମା କରି ଅପରାଧୀ ମାନଙ୍କ ହୁଲିଆ ଓ ପିନ୍ଧି ଥିବା ପ୍ୟାଣ୍ଟ-ସାର୍ଟକୁ ଅନୁଧ୍ୟାନ କଲା ପରେ ଏହି ନିଷ୍କର୍ସରେ ଉପନୀତ ହେଲେ ଯେ, ଅପରାଧ ଘଟାଇ ଥିବା ଅପରାଧୀ ମାନେ ଅଣଓଡ଼ିଆ ଅଟନ୍ତି । ଏହା ଜଣା ପଡିବା ପରେ କମିଶନରେଟ ପୋଲିସ ଆଗରୁ ଘଟିଥିବା ଏଭଳି ସମାନ ଢଙ୍ଗର ଅପରାଧ ସବୁକୁ ତର୍ଜମା କରି ଜାଣିବାକୁ ପାଇଲେ ଯେ, ଏପରି ଅପରାଧ କରିବାର ଶୈଳୀ କେବଳ ବାଂଲାଦେଶୀ ଅପରାଧୀ ମାନଙ୍କୁହିଁ ଜଣ। । ଏହି କ୍ରମରେ ନୂଆଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇ ଗୋଆ ଜେଲରେ ଥିବା କିଛି ଅପରାଧୀ ବିଗତ ଦିନରେ କରିଥିବା ଅପରାଧ ଓ ତାଙ୍କ ସହଯୋଗୀଙ୍କ ତଥ୍ୟ ସଂଗ୍ରହ ସମୟରେ ଏଭଳି କିଛି ଅପରାଧୀଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା । ଏହା ବାଦ ଅପରାଧୀ ମାନଙ୍କ ହୁଲିଆ ଓ ବେଶ ଭୁଷାର CCTV ତଥ୍ୟ ପାଇଲା ପରେ ସ୍ପେସିଆଲସ୍କ୍ୱାଡ୍ ଟିମ ବିଭିନ୍ନ ହୋଟେଲରୁ ତଥ୍ୟ ସଂଗ୍ରହ କଲେ ଓ ଏହି ଅପରାଧୀ ମାନଙ୍କ ବିଷୟରେ ସୂଚନା ପାଇଥିଲେ । ଏହି ଅପରାଧୀ ମାନେ ବ୍ୟାଙ୍ଗଲୋରରେ ସମାନ ଢଙ୍ଗରେ ଅପରାଧ ଘଟାଇବା ନିମନ୍ତେ ଏକଜୁଟ ହୋଇଥିବା ସୂଚନା ପାଇବାପରେ କମିଶନରେଟର ସ୍ପେସିଆଲସ୍କ୍ୱାଡ୍ ଟିମ ତୁରନ୍ତ ସେଠାକୁ ଯାଇ ସେଠାକାର ପୋଲିସଙ୍କ ସହଯୋଗରେ ପ୍ରାୟ ୩୦ଟି ହୋଟେଲ ଯାଞ୍ଚ କରି ସମ୍ପୃକ୍ତ ଅପରାଧୀ ମାନଙ୍କ ବାବଦରେ ତଥ୍ୟ ପାଇଥିଲେ ଓ ସେମାନେ ଯେତେବେଳେ ସମାନ ଢଙ୍ଗରେ ଏଟିଏମ ଲୁଟ ପାଇଁ ଚେଷ୍ଟା କରିଥିଲେ, ସ୍ପେସିଆଲସ୍କ୍ୱାଡ୍ ଟିମ ସେମାନଙ୍କ ମଧ୍ୟରୁ ୨ଜଣ ମୁଖ୍ୟ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲେ । ସୂଚନା ଥାଉକି, ପୋଲିସ ଟିମ ବ୍ୟାଙ୍ଗଲୋରରେ ପାଦରେ ଚାଲି ଚାଲି ଅପରାଧୀ ମାନଙ୍କ ଗତି ବିଧି ଉପରେ ଲକ୍ଷ ରଖି ପିଛା କରିବା ସହ ସମ୍ପୃକ୍ତ ଅପରାଧୀ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ବ୍ୟାଙ୍ଗଲୋର ଭଳି ବଡ ଏବଂ ଜନଗହଳୀପୂର୍ଣ୍ଣ ସହରରେ ୬ଜଣ ଅପରାଧୀଙ୍କୁ ଖୋଜି ବାହାର କରିବା ନିହାତି ଭାବରେ କମିଶନରେଟ ପୋଲିସ ପାଇଁ ଗୋଟେ ବହୁତ ବଡ ସଫଳତା ଥିଲା ।
ଏହି ଘଟଣାକୁ ପର୍ଦ୍ଦାଫାସ କରିବା ଗୋଟେ ଜଟିଳ ଏବଂ ଅସମ୍ଭବ କାର୍ଯ୍ୟ ଥିଲା, ଯେହେତୁ ଏହି ଘଟଣାରେ ଥିବା ୫ଜଣ ଅଭିଯୁକ୍ତ ମାନେ ବାଂଲାଦେଶୀ ଥିଲେ ଓ ଅପରାଧ ଘଟାଇବା ପାଇଁ ସେମାନେ ବାଂଲାଦେଶରୁ ଭାରତ ଭିତରକୁ ପଶି ଆସି ଅପରଧ ଘଟାଇ ପୁଣି ସେମାନେ ବାଂଲାଦେଶ ପଳାଇ ଯାଇଥାନ୍ତି, ତେଣୁ ତାଙ୍କୁ ଧରିବା ପୋଲିସ ପାଇଁ ଗୋଟେ ବଡ ଚ୍ୟାଲେଞ୍ଜ ହୋଇଥାଏ । ଏହି ଘଟଣାରେ ସମୁଦାୟ ୬ଜଣ ଅପରାଧୀ ସଂଶ୍ଲିଷ୍ଟ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ମୁଖ୍ୟ ଅପରାଧୀଙ୍କୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଛି । ଏହି ଅପରାଧୀ ମାନେ ଘଟଣା ପରେ ଲୁଟ କରିଥିବା ଟଙ୍କାକୁ ତାଙ୍କ ସହଯୋଗୀ ଓ ଦଲାଲଙ୍କ ଜରିଆରେ ବାଂଲାଦେଶକୁ ପଠାଇ ଦେଇଥିବାର ଜଣାପଡ଼ିଛି । ଫେରାର ଥିବା ବାକି ଅପରାଧୀ ମାନଙ୍କୁ ଖୋଜି ବାହାର କରିବା ପାଇଁ ସ୍ପେସିଆଲସ୍କ୍ୱାଡ୍ ଟିମ ଅନବରତ ପ୍ରୟାସ ଜାରି ରଖିଛି । ଗିରଫ ଦୁଇ ଅପରାଧୀ ମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବା ସହିତ ଅଧିକ ତଥ୍ୟ ହାସଲ ନିମନ୍ତେ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ପୋଲିସ ମାନ୍ୟବର କୋର୍ଟଙ୍କୁ ଆବେଦନ କରିବ ।
Name of the Accused:-
Khokan Molla(35) S/O-Hanif Molla, Vill -Mallia Rajapur , Bangal Bazar PS-Sharankhola Dist – Bagerhat Bangaldesh, A/P-Manik nagar , Murshidabad,Westbengal.
Mijanur Rehaman Molla (39) S/O-Sourva Hassain Molla of vill No-6 Ranigar PS-Basanti Dist 24 Pragana west Bengal
Article Seized:-
5 nos of Mobile phones.
2 nos of Aadhar Card

Leave A Reply

Your email address will not be published.