xmas

ଲେଖିଗଲେ କିଛି ଏମିତି…ପଢିଲେ ଆପଣ ବି କାନ୍ଦି ପକାଇବେ

ପପୁନ୍ ତୁମେ ମୋ ସହ ଏମିତି କାହିଁକି କଲ ? ମୋ ନିଜଠୁ ବି ଅଧିକ ମୁଁ ତୁମକୁ ଭଲପାଏ । ଯେତିକି ମାମା ଆଉ ସିତୁଲ ଦିଦିକୁ ଭଲପାଏ, ସେତିକି ପରିମାଣରେ ତୁମକୁ ବି ଭଲପାଏ । ତୁମକୁ ଆଜି ଗୁଲୁ ଡାକିବା ପାଇଁ ବି ଖରାପ ଲାଗୁଛି । ମୋ ଭଲ ପାଇବା ଆଉ ଭାବନାର କିଛି ମୂଲ୍ୟ ନାହିଁ ତୁମ ପାଖରେ । ମୁଁ ଆଜି ସବୁ ଜାଣି ପାରୁଛି । ମୁଁ ଜାଣି ନଥିଲି ତୁମେ ମୋ ସହ ଏମିତି କରିବ । ତୁମ ଉପରେ ବହୁତ ଆଶା ଓ ଭରସା ଥିଲା । ହେଲେ ତୁମେ ମୋ ସହ ଯାହା କଲ ଏମିତି ଜମା ଠିକ ନୁହେଁ ।

ତୁମକୁ ଆଉ କାହା ସହ ଦେଖି ପାରିବିନି । ମତେ ଆଜି ବହୁତ କଷ୍ଟ ଲାଗୁଛି । ମୋ ଭଲ ପାଇବାରେ ଟିକିଏ ଖାଦ ନାହିଁ, କେବଳ ନିଃସ୍ଵାର୍ଥ ଭଲପାଇବା । ତୁମର ସେଇ ଗୋଟିଏ କମେଣ୍ଟ ମୋ ଦୁଃଖର କାରଣ । ମୋତେ କ୍ଷମା କରିଦେବ ମୁଁ ତୁମକୁ ଖୁସି ଦେଇ ପାରିଲିନି । ମୋ ଲାଇଫକୁ ଆସି ତୁମେ ପ୍ରେମର ମାନେ କଣ ବୁଝାଇଲ କିନ୍ତୁ ପ୍ରେମର ମୂଲ୍ୟ ରଖିଲନି । କିନ୍ତୁ ସବୁଦିନ ପାଇଁ ମୋ ଗୁଲୁ ହୋଇକି ରହିବ…ଗୁଲୁ ହୋଇକି ରହିବ ।”

ଚିଠି ଟି ପୁପୁନ ବୋଲି ଯୁବକଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିବା ବେଳେ ତାଙ୍କ ଚିଠିରେ ରଶ୍ମିତା ବୋଲି ଅନ୍ୟ ଜଣେ ଯୁବତୀଙ୍କ ନାମ ମଧ୍ୟ ସେ ଲେଖିଛନ୍ତି । ସେ ରଶ୍ମିତା କିଏ ଓ ଏଭଳି ଘଟଣା କାହିଁକି ଘଟିଲା ତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଏଥିପାଇଁ ଦାୟୀ କିଏ ତାକୁ ନେଇ ଖୋଜା ଚାଲିଛି କାରଣ । ଚାନ୍ଦବାଲି ଥାନା କାଣ୍ଡଗରଡି ଗାଁର ପୁପୁନଙ୍କ ସହ ସିମ୍ରନଙ୍କର ପ୍ରେମ ସମ୍ପର୍କ ଥିଲା । ଏହାପରେ ତାଙ୍କ ଭାଣିଜୀକୁ କେହି ନଦୀକୁ ପେଲି ଦେଇଥିବା ସିମ୍ରନଙ୍କ ମାମୁଁ ବିଜୟ ପାତ୍ର ଅଭିଯୋଗ ଆଣିଛନ୍ତି

Leave A Reply

Your email address will not be published.