
ବ୍ରହ୍ମପୁରର ଯୁବତୀ ଏବଂ ମହିଳାମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ସହର ପାଇଁ ଗୌରବ ଆଣୁଛନ୍ତି । ଏହି କ୍ରମରେ ବଡ଼ଖେମୁଣ୍ଡି ସାହିର ତମନ୍ନା ରାଣୀ ନାୟକ ଜିତିଛନ୍ତି ଓପେରା ମିସ୍ ଇଣ୍ଡିଆ ଉପାଧି। ଜ୍ୟୋତିରଞ୍ଜନ ନାୟକ ଏବଂ କଳ୍ପନାରାଣୀଙ୍କ ଝିଅ ତମନ୍ନା ଶଶିଭୂଷଣ ରଥ ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟରେ +୩ରେ ପଢ଼ୁଛନ୍ତି। ପୁଣେରେ ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶବ୍ୟାପି ୭ ହଜାର ଯୁବତୀ ଭାଗନେଇଥିଲେ। ମାତ୍ର ୫୦ ଜଣ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ। ସମସ୍ତଙ୍କୁ ପଛରେ ପକାଇ ତମନ୍ନା ବିଜୟୀ ହୋଇଥିଲେ। ତମନ୍ନାଙ୍କୁ କାହ୍ନା ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ସମ୍ମାନିତ କରାଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା ରଞ୍ଜନା ମିଶ୍ର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।