mobile header

ଏପ୍ରିଲ ୨୧ ତାରିଖରେ ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦୀ

ଶିଖ ଗୁରୁ ତେଗ ବାହାଦୁରଙ୍କ ୪୦୦ ତମ ପ୍ରକାଶ ଦିବସ ଏପ୍ରିଲ ୨୧ ତାରିଖରେ ପଡୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି ।

କହିରଖୁ କି ଏହି ଅବସରରରେ ଏପ୍ରିଲ ୨୦ ଓ ୨୧ ତାରିଖରେ ଲାଲ କିଲ୍ଲାରେ ଏକ ବିଶାଳ ସମାଗମ ହେବ । ଏନେଇ ପ୍ରସ୍ତୁତି ଜୋର ଧରିଛି । ଦିଲ୍ଲୀ ଶିଖ ଗୁରୁଦ୍ୱାର କମିଟିର ଅଧ୍ୟକ୍ଷଙ୍କ ସୂଚନା ମୁତାବକ ଏପ୍ରିଲ ୨୦ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ଏହି ସମାଗମର ଶୁଭାରମ୍ଭ କରିବେ ।

ଅନ୍ୟପଟେ ସଂସ୍କୃତି ମନ୍ତ୍ରଣାଳୟର ସୂଚନା ମୁତାବକ ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ମୁଦ୍ରା ଓ ଡାକ ଟିକେଟ ଜାରି କରିବେ । ଏହାସହ ଏହି କାର୍ଯ୍ୟକ୍ରମର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

Leave A Reply

Your email address will not be published.