mobile header

୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ହୋଇନଥିବାରୁ ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ

୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ହୋଇନଥିବାରୁ ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ । ତେବେ ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ସେପଟେ ଫେବୃଆରୀ ୧୬ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ୍ରେ ଥିଲେ ତ୍ରିନାଥ ମିଶ୍ର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ପରେ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅଵସର ମଧ୍ୟ ଦେଇଥିଲେ । ପ୍ରମାଣ ନଷ୍ଟ ନ କରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି । ଜାମିନରେ ଅନ୍ୟାନ୍ୟ ସର୍ତ୍ତ ମଧ୍ୟ ରଖିଛନ୍ତି ଭିଜିଲାନ୍ସ କୋର୍ଟ ।

ତ୍ରିନାଥଙ୍କର ଭୁବନେଶ୍ୱର ରସୁଲଗଡ ସ୍ଥିତ ମନୋରମା ଇଷ୍ଟେଟ୍ ଫ୍ଲାଟ ନଂ-୨/୨୫, ନବରଙ୍ଗପୁର ଡାବୁଗାଁସ୍ଥିତ ପୈତୃକ ଘର, ଯାଜପୁର ବଡଚଣାସ୍ଥିତ ଶ୍ବଶୁର ଘର, ଯାଜପୁର ବଡଚଣାସ୍ଥିତ ଶାନ୍ତିଲତା ଫାର୍ମ ହାଉସ, ଚଣ୍ଡିଖୋଲ ବଜାର ଧାନମଣ୍ଡଳସ୍ଥିତ ଶାନ୍ତିଲତା କେୟାର୍ ଆଣ୍ଡ ନର୍ସିଂ ହୋମ୍ ସହ ମେଡିସିନ୍ ଦୋକାନ, ଚଣ୍ଡିଖୋଲସ୍ଥିତ ଶାନ୍ତିଲତା ଟ୍ରାନ୍ସପୋର୍ଟ, ଚଣ୍ଡିଖୋଲ ଧାନମଣ୍ଡଳରେ ଶାନ୍ତିଲତା ଟ୍ରାନ୍ସପୋର୍ଟ ନାମକ ଅନ୍ୟ ଏକ ଟ୍ରାନ୍ସପୋର୍ଟ ସଂସ୍ଥା, ଜଗତସିଂହପୁର ବିରିଡିରେ ଥିବା ଡ୍ରାଇଭରଙ୍କ ଘର, କଟକ ମହାନଦୀ ବିହାରରେ ଦୁଇ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ନାଁରେ ମେଡିସିନ୍ କମ୍ପାନୀ, କଟକ ତୁଳସୀପୁରସ୍ଥିତ ଅଫିସ, କଟକ ମଧୁପାଟଣା ପୋଲିସ କ୍ୟାମ୍ପସରେ ଥିବା ସରକାରୀ କ୍ବାର୍ଟରରେ ଚଢାଉ ହୋଇଥିଲା

Leave A Reply

Your email address will not be published.