mobile header

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରସଙ୍ଗରେ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୩ ମାସ ମଧ୍ୟରେ ଦାବି ପୂରଣ ନ ହୁଏ, ତା’ହେଲେ ପୁଣି ଆନ୍ଦୋଳନ ଡାକରା ଦିଆଯିବ । ତେବେ କାଲିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେବ ।’ ସେହିପରି ଡ୍ରାଇଭର ମହାସଂଘର ସଂପାଦକ ଚୈତନ୍ୟ ପ୍ରଧାନ କହିଛନ୍ତି, ‘ଆଜି ପାଇଁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ବେଳେ କାଲିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେବ । ଦାବି ପୂରଣ ନ ହେବା ଯାଏ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ।’

୩ ମାସ ମଧ୍ୟରେ ଡ୍ରାଇଭରଙ୍କ ଦାବି ପ୍ରତି ଉଚିତ୍ ପଦକ୍ଷେପ ନେବେ ସରକାର । ଓଡ଼ିଶା ଡ୍ରାଇଭର ମହାସଂଘ ସହ ଆଲୋଚନା ପରେ ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଡ୍ରାଇଭର ମହାସଂଘ ସହ ଆଲୋଚନା ସକାରାତ୍ମକ ରହିଛି । ଡ୍ରାଇଭରଙ୍କ ପ୍ରତି ଅନ୍ୟ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ଦେଖାଯିବ । ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ବିଭିନ୍ନ ରାଜ୍ୟକୁ ପଠାଯିବ । ଏହି କମିଟିରେ ମନ୍ତ୍ରୀ ଓ ଅଫିସର ରହିବେ । କମିଟିର ଅନୁଧ୍ୟାନ ଆଧାରରେ ପଦକ୍ଷେପ ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.