mobile header

କଂଗ୍ରେସ ଛାଡ଼ିବାର ପାଞ୍ଚଟି କାରଣ

ଦଳରେ ବିଶୃଙ୍ଖଳା ଦିନକୁ ଦିନ ବଢ଼ି ଚାଲିଛି। ଏ ସଂକ୍ରାନ୍ତରେ ସେ ପିସିସି ଓ ଏଆଇସିସିଙ୍କୁ ବାରମ୍ବାର ଅବଗତ କରାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ।
୨-ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଆଦୌ ସହଯୋଗ ମିଳି ନଥିଲା। ଫଳରେ ତାଙ୍କୁ ଦଳର ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କ ନିକଟରେ ଅପମାନିତ ହେବାକୁ ପଡ଼ିଥିଲା।
୩-ଦଳକୁ ଏକଜୁଟ କରିବାକୁ ବଣାଇ, ରଘୁନାଥପାଲ୍ଲୀ, ରାଉରକେଲା ଓ ବୀରମିତ୍ରପୁର ବିଧାନସଭା କ୍ଷେତ୍ରକୁ ନେଇ ଗୋଟିଏ ୟୁନିଟ୍ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତାଙ୍କର ପ୍ରସ୍ତାବକୁ କେହି ଗ୍ରହଣ କରି ନଥିଲେ।
୪-ପଞ୍ଚାୟତ ଓ ପୌର ନିର୍ବାଚନରେ ସୁନ୍ଦରଗଡ଼ ଡିସିସି ଯେତିକି ଗୁରୁତ୍ବ ଦେବା କଥା, ସେତିକି ଦେଇ ନଥିଲେ। ଫଳରେ ଜିଲ୍ଲାରେ ଦଳକୁ ପରାଜିତ ହେବାକୁ ପଡିଥିଲା।
୫-ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟି ମୂକ ବଧିର ପାଲଟିଯାଇଥିବାରୁ ସେ ବିଶୃଙ୍ଖଳା ସୃଷ୍ଟି କରୁଥିବା କର୍ମକର୍ତ୍ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ପାଇଁ ଅଭିଯୋଗ କରିଥିଲେ ବି କାର‌୍ୟ୍ୟାନୁଷ୍ଠାନ ପରିବର୍ତ୍ତେ ଦଳ ସେମାନଙ୍କୁ ପୁରସ୍କୃତ କରିଥିଲା ଯାହା ତାଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା ।

Leave A Reply

Your email address will not be published.