ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ଲାଲ ଗ୍ରହରେ ସୂର୍ଯ୍ୟୋଦୟର ଫଟୋ ଜାରି କଲା ନାସା

ମଙ୍ଗଳରେ ସୂର୍ଯ୍ୟୋଦୟର ମନୋରମ ଦୃଶ୍ୟ । ସୂର୍ଯ୍ୟୋଦର ସୁନ୍ଦର ଫଟୋ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଜାରି କରିଛି ଲାଲ ଗ୍ରହରେ ସୂର୍ଯ୍ୟୋଦର ଫଟୋ । ନାସାର ଇନସାଇଟ ମାର୍ସ ଲ୍ୟାଣ୍ଡର ନିକଟରେ ମଙ୍ଗଳ ଗ୍ରହରୁ ଏକ ଫଟୋ ପଠାଇଛି। ଏପ୍ରିଲ ୧୦ରେ ଲ୍ୟାଣ୍ଡର ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦର ଦୃଶ୍ୟ ନିଜ କ୍ୟାମେରାରେ କଏଦ କରିଛି। ଦୃଶ୍ୟଟି ଏତେ ସୁନ୍ଦର ହୋଇଛି ଯେ, ଲୋକଙ୍କ ନଜର ହଟୁନାହିଁ। ନାସା ନିଜର ଇନସାଇଟ ମିଶନ ସାହାଯ୍ୟରେ ଲାଲ ଗ୍ରହ ଭିତରର ଗବେଷଣା କରୁଛି। ଏଥିରେ ଭୂମିର ତିନୋଟି ପରସ୍ତ କ୍ରଷ୍ଟ, ମାଣ୍ଟେଲ ଏବଂ କୋର ସାମିଲ ରହିଛି। ୨୦୧୮ ମସିହାରୁ ଇନସାଇଟ ଲ୍ୟାଣ୍ଡର ଲାଲ ଗ୍ରହରୁ ତଥ୍ୟ ପଠାଉଛି।

InSight ଏକ ଷ୍ଟେସନାରୀ ମାର୍ସ ଲ୍ୟାଣ୍ଡର। ଏହା ମଙ୍ଗଳରେ ଭୂମିକମ୍ପ ଏବଂ ଗ୍ରହ ଭିତର ଭାଗର ଅଧ୍ୟୟନ କରୁଛି। ୨୦୧୮ରେ ଏହାକୁ ମଙ୍ଗଳର Elysium Planitiaରେ ଲ୍ୟାଣ୍ଡ କରାଯାଇଥିଲା। ଏହା ମଙ୍ଗଳରେ ଗୋଟିଏ ବର୍ଷର ପ୍ରାଇମେରୀ ମିଶନ ଶେଷ କରିସାରିଛି, ଯାହା ପୃଥିବୀର ୬୮୭ ଦିନ ସହ ସମାନ ହୋଇଥାଏ। ଏବେ ଏହା ନିଜର ଅତିରିକ୍ତ ସମୟରେ ମଙ୍ଗଳ ଗ୍ରହର ଫଟୋ ସଂଗ୍ରହ କରୁଛି। ଏହି କ୍ରମରେ ମଙ୍ଗଳରୁ ସୂର୍ଯ୍ୟୋଦୟର ଫଟୋ ପାଠାଇଛି ଇନସାଇଟ୍, ଯାହା ବେଶ ସୁନ୍ଦର ରହିଛି।

Leave A Reply

Your email address will not be published.