୫ହଜାର ଲାଞ୍ଚ ଟଙ୍କା ସହ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳାବତୀ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ମୁତାବକ, ଜଣେ ବ୍ୟକ୍ତି ହୋଟେଲ୍ ଖୋଲିବା ପାଇଁ ଫୁଡ୍ ଲାଇସେନ୍ସ ସକାଶେ ଡା. ସାହୁଙ୍କ ଠାରେ ଆବେଦନ କରିଥିଲେ। ହେଲେ ଲାଇସେନ୍ସ ବାବଦକୁ ସେ ୫ହଜାର ଟଙ୍କା ଦାବି କରିଥିଲେ। ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗକୁ ଆଗୁଆ ଖବର ଦେଇଥିଲେ। ଯୋଜନା ଅନୁସାରେ ମଂଗଳବାର ସଂପୃକ୍ତ ବ୍ୟକ୍ତିଜଣକ ୫ହଜାର ଟଙ୍କା ଡା. ସାହୁଙ୍କୁ ଦେଇଥିଲେ। ଏତିକି ବେଳେ ଭିଜିଲାନ୍ସ ଅଧିକାରୀମାନେ ଡା. ସାହୁଙ୍କୁ ଧରିଥିଲେ। ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି। ଭିଜିଲାନ୍ସ ଟିମ୍ ଡା. ସାହୁଙ୍କ ସଂପତ୍ତି ଯାଂଚ ପାଇଁ ଦୁଇଟି ସ୍ଥାନରେ ଚଢ଼ଉ କରିଛି।
Sign in
Sign in
Recover your password.
A password will be e-mailed to you.
Next Post