mobile header

ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ସ୍ୱାଧିନତା ସଂଗ୍ରାମୀଙ୍କୁ ପୁଷ୍ପମାଲ୍ୟ

ଯୁବମୋର୍ଚ୍ଚା ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ (ସାମାଜିକ ନ୍ୟାୟ ପକ୍ଷ) ୧୮ଟି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି। ଦେଶର ୭୫ତମ ସ୍ୱାଧିନତା ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୀର୍ଘ ୧୫ ଦିନ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସ୍ଥାନୀୟ ମୁକ୍ତି ଯୋଦ୍ଧା, ସ୍ୱାଧିନତା ସଂଗ୍ରାମୀ ଯେଉଁମାନଙ୍କ କୀର୍ତିରାଜି ଆଜି ବି ଅବଦ୍ଧିତ ଅଛି ସେମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲା ଯୁବମୋର୍ଚ୍ଚା। ସେନାନି ବା ପାରା ମିଲିଟାରି ଯୋଦ୍ଧମାନେ ଦେଶପାଇଁ ଜୀବନ ଦେଇଛନ୍ତି ସେହି ସହୀଦ ପରିବାରକୁ ଯାଇ ସମ୍ମାନ କାଯାଇଥିଲା। ସ୍ୱାଧିନତା ସଂଗ୍ରାମୀ ମାନଙ୍କ ସ୍ଥଳକୁ ଯାଇ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ସେଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଭଦ୍ରକ ଜିଲ୍ଲା ଇରମଠାରେ ବାଂଛାନିନ୍ଦି ଭୋଇଙ୍କ ଜନ୍ମ ଜୟନ୍ତୀ ଅବସରରେ ଲବଣତୀର୍ଥ ଚୂଡାମଣିରୁ ଇରମଯାଏ ପଦଯାତ୍ରାରେ ରାଜ୍ୟ ସଭାପତି ସମୀରମହାନ୍ତି ଯୋଗ ଦେଇଥିଲେ। ରକ୍ତତୀର୍ଥ ଇରମରେ ୨୯ ଜଣ ସହୀଦଙ୍କ ସମାଧିପୀଠ ଓ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଯୁବମୋର୍ଚ୍ଚା ସଭାପତି ବରଗଡ଼ ଜିଲ୍ଲାର ୫ଜଣ ସହୀଦ ହୋଇଥିବା ଘେଁସ ଜମିଦାର ମାଧୋ ସିଂଙ୍କ ସ୍ମାରକସ୍ଥଳକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କର ଦାୟାଦ ଘେଁସ ରାଜମାତା ମମତା ସିଂ ବରିହାଙ୍କ ପାଦ ଧୋଇବା ସହ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ମାନୀତ କଲେ। ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ କୁମାର ଗୋଚ୍ଛାୟତ ପରଜଙ୍ଗଠାରେ ସ୍ୱାଧିନତା ସଂଗ୍ରାମୀ ମହେଶଚନ୍ଦ୍ର ସୁବାହୁ ସିଂଙ୍କ ପ୍ରତିମୂର୍ତିଠାରୁ ବୀର- ବବେନୁ ସହୀଦ ସ୍ତମ୍ଭ ପର୍ଯ୍ୟନ୍ତ ପଦଯାତ୍ରା ହୋଇଥିଲା। ଅନୁଗୁଳ, ଭଦ୍ରକ, ବରଗଡ଼, ଭୁବନେଶ୍ୱର, ବୌଦ୍ଧ, ବଲାଙ୍ଗିର, ଢେଙ୍କାନାଳ, ଘୁମସୁରା, ଜଗତସିଂହପୁର, କଳାହାଣ୍ଡି, ବାରିପଦା, ପୁରୀ, କେନ୍ଦ୍ରାପଡ଼ା, ଝାରସୁଗୁଡା, ମାଲକାନଗିରି, ପାନପୋଷରେ ଏହିପରି ସବୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

Leave A Reply

Your email address will not be published.