mobile header

ଦେବଗଡ ପୌରାଂଚଳ ୫ନମ୍ବର ୱାର୍ଡରେ ଗଠିତ ହେଲା ରାଜ୍ୟର ପ୍ରଥମ ପୌରାଂଚଳ ଶିଶୁ ସୁରକ୍ଷା କମିଟୀ

ଦେବଗଡ ପୌରାଂଚଳ ୫ନମ୍ବର ୱାର୍ଡରେ ଗଠିତ ହେଲା ରାଜ୍ୟର ପ୍ରଥମ ପୌରାଂଚଳ ଶିଶୁ ସୁରକ୍ଷା କମିଟୀ (ଫଟୋ)

ଦେବଗଡ଼,୨୦/୪:::::;:ଦେବଗଡ ପୌରାଂଚଳ ୫ନମ୍ବର ୱାର୍ଡର ନବ ନିର୍ବାଚିତ କାଉନଶିଲର ଜତୀନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଆଜି ଏକ ଶିଶୁ ସୁରକ୍ଷା କମିଟୀ ଗଠିତ ହୋଇଯାଇଛି । ସମ୍ପୃକ୍ତ ୱାର୍ଡର ଶିଶୁ ମାନଙ୍କର ସୁରକ୍ଷା ଏବଂ ବିକାଶ  ଲକ୍ଷ୍ୟରେ ଆଜି କାଉନଶିଲର ଶ୍ରୀ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ରୋମିଓ ମହାପାତ୍ର ଯୋଗଦେଇ କମିଟୀର ଭୁମୀକା ଏବଂ ଦାୟିତ୍ୱ ସମ୍ପର୍କରେ ୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଗଠିତ ଶିଶୁ ସୁରକ୍ଷା କମିଟୀର ଅଧ୍ୟକ୍ଷ ଭାବେ ୫ ନମ୍ବର ୱାର୍ଡର ନବ ନିର୍ବାଚିତ କାନଶିଲର ଜତୀନ ନାୟକଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ ସମ୍ପାଦିକା ଭାବେ ଅନିତା ବେହେରା ଓ ଯୁଗ୍ମ ସମ୍ପାଦିକା ଭାବେ ରାଜଶ୍ରୀ ପାତ୍ର ଏବଂ କମିଟୀର ସଂଯୋଜିକା ଭାବେ ରିପାଞ୍ଜଳୀ ଦଳେଇ ଓ ବବି ନାଥଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ୫ ନମ୍ବର ୱାର୍ଡର ସମସ୍ତ ଶିଶୁଙ୍କର ବିଦ୍ୟାଳୟରେ ନାମଲେଖା, ଜନ୍ମ ତାରିଖ ପଞ୍ଜିକରଣ ସମେତ ୱାର୍ଡକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ୱାର୍ଡ ଭାବେ ଗଢିତୋଳିବା ନିମନ୍ତେ ଏହି ଅବସରରେ ନବ ଗଠିତ କମିଟୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।  ସେହିପରି ଶିଶୁ ମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ପ୍ରିଭାର ବିକାଶ ନିମନ୍ତେ ଏକ  ୱାର୍ଡର ଶିଶୁ ମାନଙ୍କୁ ନେଇ ଏକ  ‘ଶିଶୁ ଉତ୍ସବ’ମଧ୍ୟ ଆୟୋଜନ ପାଇଁ ମଧ୍ୟ କମିଟୀ ପକ୍ଷରୁ ନିଷ୍ପପତ୍ତି ନିଅଯାଇଥବା ଜଣାପଡିଛି । ଗୁରୁତ୍ୱପୂଣଯର୍ଣ ବିଷୟ ଏହା ଯେ, ବ୍ଲକ ଓ ପଂଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟୀ ମାନ ଗଠିତ ହେଉଥିବା ବେଳେ ଦେବଗଡ ପୌରାଂଚରେ ୫ ନମ୍ବର ୱାର୍ଡରେ ଆଜି ରାଜ୍ୟର ପ୍ରଥମ ପୌରାଂଚଳ  ଶିଶୁ ସୁରକ୍ଷା କମିଟୀ ଗଠନ ହୋଇଥିବା ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.