mobile header

ବରିଷ୍ଠ ସାମ୍ବାଦିକ ରବି ରଥ ସପ୍ତମ ଥର ପାଇଁ କ୍ଷୁଦ୍ର-ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ନିର୍ବାଚିତ

କୋରାପୁଟ ଜିଲ୍ଲାର ଜୟପୁରସ୍ଥିତ ଏମ୍‌.ଏସ୍‌. ସ୍ୱାମୀନାଥନ୍ କୃଷି ଗବେଷଣାକେନ୍ଦ୍ର ଠାରେ ଗତ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଥିବା କ୍ଷୁଦ୍ର -ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ମ ରାଜ୍ୟ ଶାଖା ସମ୍ମିଳନୀ ଅବସରରେ ସର୍ବସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ତଥା ‘ନବୀନ’ର ସଂପାଦକ ରବି ରଥ ସପ୍ତମଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ଶ୍ରୀ ରଥ ୨୦୦୫ ମସିହାରୁ ଏହି ସଂଗଠନର ଲଗାତାର ଭାବେ ସଭାପତି ନିର୍ବାଚିତ ହେବା ସହ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା ସମ୍ବାଦପତ୍ରର ସଂପାଦକମାନଙ୍କୁ ସଂଗଠିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତଥା ସ୍ୱାଗତ ସମିତିର ଅଧ୍ୟକ୍ଷ ତାରାପ୍ରସାଦ ବାହିନୀପତି, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଶରତ କୁମାର ପାଲିତା, ସଂଗଠନର ରାଷ୍ଟ୍ରୀୟ ସଂପାଦକ ଶଙ୍କର କତିରାଙ୍କ ସମେତ ଭାରତର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସଂପାଦକ ଉପସ୍ଥିତ ଥିଲେ । ଅଧିବେଶନରେ ଶ୍ରୀ ରଥଙ୍କୁ ଶ୍ରୀ କତିରା ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

କ୍ଷୁଦ୍ର -ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ମ ରାଜ୍ୟ ଶାଖା ସମ୍ମିଳନୀ ନେଇ ସଂଗଠନର ନିର୍ବାଚନ ଅଧିକାରୀ ସରୋଜ ରଂଜନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରେସ୍‌ ରିଲିଜ୍‌ ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.