mobile header

ମଞ୍ଚଶିଳ୍ପୀ ପ୍ରଦୀପ ପଣ୍ଡାଙ୍କୁ ନବଜୀବନ ସମ୍ମାନ

ସମ୍ବଲପୁର – ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ପ୍ରଦୀପ ପଣ୍ଡାଙ୍କୁ ନବଜୀବନ ସମ୍ମାନ – ୨୦୨୨ରେ ସମ୍ମାନିତ କରାଯାଇଛି । ସୁନ୍ଦରଗଡର ନବଜୀବନ ସଂସ୍ଥା଼ ଆନୁକୂଲ୍ୟରେ ମାଦ୍ରି କାଲୋ ଭବନ ଠାରେ ଅନୁଷ୍ଠିତ ବସନ୍ତ ମହୋତ୍ସବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସମ୍ପାଦକ ପ୍ରବୋଧ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସୁନ୍ଦରଗଡ଼ ପୌର ପରିଷଦର ଚେୟାରମେନ, ଭାଇସ ଚେୟାରମେନ୍‌ ଲଲାଟେନ୍ଦୁ ପରିଡ଼ା, ନବଜୀବନର ସଭାପତି ପ୍ରଦୀପ ଭୋଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା ଏବଂ ମାନପତ୍ର ପଠନ ପ୍ରଫେସର ନରେନ୍ଦ୍ର ପ୍ରଧାନ କରିଥିଲେ ।

Leave A Reply

Your email address will not be published.