mobile header

ମାଟି ତଳୁ ବାହାରିଲା ପୁଳା ପୁଳା ଟଙ୍କା

ମାଟୁ ତଳୁ ବାହାରିଲା ପୁଳା ପୁଳା ଟଙ୍କା । ଏକ ଅଖାରେ ଭର୍ତ୍ତି କରି ମାଟି ତଳେ ଟଙ୍କା ଲୁଚାଇ ରଖାଯାଇଥିଲା । ଜଣେ ଲୁଟେରା ଏସବୁ ଟଙ୍କା ଚୋରି କରି ଅଖାରେ ପୂରାଇ ମାଟି ତଳେ ପୋତି ଦେଇଥିଲେ । କିଛି ଦିନ ତଳେ ସମ୍ବଲପୁର ଶୀଲା ଟାୱାର ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିଲା । ହୋଟେଲର ଜଣେ କର୍ମଚାରୀ ଟଙ୍କା ଲୁଟ୍ କରି ଦେବଗଡ଼ ଜିଲ୍ଲାକୁ ପଳାଇଥିଲେ । ସେଠାରେ ମାଟି ଖୋଳି ଟଙ୍କାକୁ ପୋତି ଦେଇଥିଲେ । ପୋଲିସ ଚୋରି ହୋଇଥିବା ଟଙ୍କାକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଆଧାରରେ ଅତିରିକ୍ତ ଏସ୍‌ପି ତପନ ମହାନ୍ତି, ଏସ୍‌ଡିପିଓ ପ୍ରଦୀପ ସାହୁ, ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କ ନେତୃତ୍ବରେ ଯାଇଥିବା ପୁଲିସ୍ ଟିମ୍ ରିଆମାଳ ପୁଲିସ୍‌ ସହାୟତାରେ ମାଟି ତଳୁ ୩୨ ଲକ୍ଷ ଟଙ୍କା ଉଦ୍ଧାର କରିବା ସହ ରାକେଶକୁ ଗିରଫ କରିଥିଲା । ଏହି ଘଟଣାରେ ଆଉ ୪-୫ ଜଣ ସଂପୃକ୍ତ ଥିବା କହାଯାଉଛି । ଏସ୍‌ପି ବି ଗଂଗାଧର ୩୨ ଲକ୍ଷ ଟଙ୍କା ଉଦ୍ଧାର ହୋଇଥିବା ଓ ଜଣେ ବ୍ୟକ୍ତି ଗିରଫ ହୋଇଥିବା ବିଷୟକୁ ସ୍ବୀକାର କରିଛନ୍ତି ଓ ଗୁରୁବାର ଏ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବେ ବୋଲି କହିଛନ୍ତି । ଅପରପକ୍ଷରେ ଏହି ତତ୍ପରତା ଓ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ବଲପୁର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସମ୍ବଲପୁର ପୁଲିସ୍‌କୁ ପ୍ରଶଂସା କରିଛି ।

ସଂଘର ପକ୍ଷରୁ ଜାରି ପ୍ରଶସ୍ତିପତ୍ରରେ ସଭାପତି ଅଶୋକ ଜଲାନ ସମସ୍ତ ସଦସ୍ୟଙ୍କ ତରଫରୁ ସମ୍ବଲପୁର ପୁଲିସ୍‌କୁ ଆନୁଷ୍ଠାନିକ ଭାବେ ପ୍ରଶଂସା କରିଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖ ଦିନ ସମ୍ବଲପୁର ଭିଏସ୍‌ଏସ୍ ମାର୍ଗରେ ଥିବା ହୋଟେଲ୍ ଶୀଲା ଟାୱାର୍‌ର କ୍ୟାସ୍‌ କାଉଣ୍ଟର୍‌ରୁ ନଗଦ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ କର୍ମଚାରୀଙ୍କ ସଂପୃକ୍ତି ସଂଦେହ କରି ପୁଲିସ୍ ସେହି ଦିଗ‌େର ତଦନ୍ତ ଆଗକୁ ବଢ଼ାଇଥିଲା

Leave A Reply

Your email address will not be published.