mobile header

ନନ୍ଦନକାନନ:ମାଈ ଜଳହସ୍ତୀ ମୃତ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ଦିନ ୬୨ ନମ୍ବର ଖୁଆଡ଼ରେ ରହୁଥିବା ଏକ ମାଈ ଜଳହସ୍ତୀର ମୃତ୍ୟୁ ଘଟିଛି । ମୃତ ଜଳହସ୍ତୀର ବୟସ ପ୍ରାୟ ୧୧ରୁ୧୨ ବର୍ଷ ହେବ । ଆଜି ସେ ମରି ପୋଖରୀରେ ଭାସିଥିବା ଜନ୍ତୁ ରକ୍ଷକ ଦେଖିବାକୁ ପାଇ କର୍ତ୍ତୃପକ୍ଷଙ୍କୁ ଖବର କରିଥିଲେ । ପର୍ଯ୍ୟଟକମାନେ ସାଢେ୫ଟା ପରେ ନନ୍ଦନକାନନ ପରିସରର ମଧ୍ୟରୁ ବାହାରିବା ପରେ କର୍ମଚାରୀମାନେ ତାକୁ କ୍ରେନ୍ ସାହାଯ୍ୟରେ ପାଣିରୁ କାଢ଼ିଥିଲେ । ଶବଟିକୁ ପୋଡ଼ି ଦିଆଯାଇଛି । ମିଳନ ପାଇଁ ପରସ୍ପର ମଧ୍ୟରେ ସଂଘର୍ଷ ଯୋଗୁଁ ଦେହରେ ଆଘାତ ଲାଗି ମରିଥିବା ଅନୁମାନ କରାଯାଉଛି । ଏହି ଜଳହସ୍ତୀର ମୃତ୍ୟୁ ପରେ ନନ୍ଦନକାନନରେ ମୋଟ ୧୧ଟି ଜଳହସ୍ତୀ ଅଛନ୍ତି । ତହିଁ ମଧ୍ୟରୁ ଅଣ୍ଡିରା ୫ଟି ଓ ମାଈ ୬ଟି ଅଛନ୍ତି ।

Leave A Reply

Your email address will not be published.