mobile header

ଶ୍ରୀମନ୍ଦିରରେ ASI ଅତିରିକ୍ତ ଡିଜି ଆଲୋକ ତ୍ରିପାଠୀ, ଦର୍ଶନ ପରେ ଐତିହ୍ୟ କରିଡର ପ୍ରସଙ୍ଗରେ କରିବେ ଆଲୋଚନା

ଶ୍ରୀମନ୍ଦିରରେ ASI ଅତିରିକ୍ତ ଡିଜି ଆଲୋକ ତ୍ରିପାଠୀ । ASI ସୁପରିଟେଣ୍ଡେଣ୍ଟ୍‌ ଅରୁଣ ମଲ୍ଲିକ, ASI ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ୍‌ ଚିତ୍ତରଞ୍ଜନ ଦାସ ମଧ୍ୟ ଶ୍ରୀମନ୍ଦିର ପହଞ୍ଚି ଦର୍ଶନ କରିଛନ୍ତି । ଦର୍ଶନ ପରେ ଐତିହ୍ୟ କରିଡର ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବେ ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ପାର୍ଲିଆମେଣ୍ଟାରି ଟିମ୍ । ଟି.ଜି. ଭେଙ୍କଟେଶଙ୍କ ନେତୃତ୍ବରେ ଟିମ୍ ମନ୍ଦିର ଚାରିପଟେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଛନ୍ତି । ମହାରାଷ୍ଟ୍ର ସାଂସଦ ସମ୍ଭାଜୀ ରାଓ ଛତ୍ରପତି, ରାଜ୍ୟସଭା ସଦସ୍ୟ ତିରୁଚି ଶିବା, ରାମଦାସ ତଡାସ ପ୍ରମୁଖ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଗୁରୁତ୍ବ ଦେଇଛନ୍ତି ଟିମ୍‌ ।

Leave A Reply

Your email address will not be published.