mobile header

ବାଇକ ଦୃଘଟଣାରେ ଦୁଇ ଗୁରୁତ୍ତର

କାଲିମେଳା ,ତା ୨୧/୪:ଦୁଇ ମଟରସାଇକଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଚାଳକ ଗୁରୁତ୍ତର ଆହତ  ହୋଇ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ।  ପରେ ଏମାନଙ୍କୁ  ମାଲକାନଗିରି ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।  କାଲିମେଳା  ଆଦିବାସୀ କଲୋନୀର ଇର୍ମା କବାସୀ (୪୦) ଏବଂ ଅନ୍ୟଜଣେ ଏମପିଭି-୬୦ ଗ୍ରାମର ବଳରାମ ସରକାର (୩୬) ଏହି ଦୁର୍ଘଟଣା ର ଶିକାର ହୋଇଛନ୍ତି । ଆଜି ସକାଳେ ନିଜ ବାଇକ ଗ୍ୟାରଜ କୁ ବଳରାମ ସରକାର ବାଇକ ରେ  ଆସୁଥିବା ବେଳେ ସାମ୍ନା ଆଡୁ   ଇର୍ମା କବାସି ବାଇକ ରେ ଆସୁଥିଲା । ତେବେ ଦୁହେଁ ଆଦିବାସୀ କଲୋନୀ ଠାରେ ମୁହାଁ ମୁହିଁ ଧକ୍କା ହୋଇଥିଲା ବୋଲି ଜଣାପଡିଛି । ଦୃତ ଗତିରେ ଆସୁଥିବା ମେଡ଼ିକାଲର ବୋଲେରୋ ଗାଡ଼ି କୁ ସାଇଡ ଦେବାକୁ ଯାଇ ଉକ୍ତ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା ।

Leave A Reply

Your email address will not be published.