xmas

ଜଳ ଛତ୍ରରେ ବିଷ,ବିଷ ପାଣି ପିଇ  ଦୁଇ ପୁଅ ଓ ଗୋଟିଏ ଝିଅ  ଗୁରୁତର। 

-କାଲିମେଳା ତା ୨୧/୪ ପାଣି ପିଉଥିବା ମାଟି ହାଣ୍ଡିରେ -କୀଟନାସକ ବିଷ ମିଶାଇଲେ ଦୁର୍ବୁତ୍ତ

-ବିଷ ମିଶା ପାଣି ପିଇ 2 ପୁଅ ଓ ଜଣେ ଝିଅ ଗୁରୁତର

-ଏମ::ଭି-79 ଥାନା ଅନ୍ତର୍ଗତ ଏମ.ପି :ଭି- 49 ଗ୍ରାମରେ ଘଟିଛି ଘଟଣା

ଏମଭି 49 ଗ୍ରାମର ବିଶାଖା ଗୋଲଦାର, ଦେବବ୍ରତ କୋଏଲ ଓ ଏମ.ଭି-116 ଗ୍ରାମର ତୁଷାର ମଣ୍ଡଳ ବର୍ତ୍ତମାନ ମାଲକାନଗିରି ମେଡିକାଲ ରେ ଭର୍ତ୍ତି l ଏମ୍. ଭି-79 ଥାନା ପୋଲିସ ର ତଦନ୍ତ ଜାରି କରୁଛି  ଘଟଣା ସମ୍ପର୍କ ରେ। ବର୍ତ୍ତମାନ ଖରାଦିନରେ ପ୍ରତି  ଗ୍ରାମ ପଂଚାୟତ ରେ ଜଳଛତ୍ର  ରାସ୍ତା ପାର୍ଶ୍ବ ରେ  ଖୋଲା ହୋଇ ଥାଏ।  ଠିକ  ସେହି  ପ୍ରକାରରେ  ଏମ ପି ଭି ୪୯ ଗ୍ରାମର ଛକ ନିକଟ ରେ  ମାଠିଆ ରଖୀ  ଜଳଛତ୍ର  ଖୋଲା ଯାଇଥିଲା। ଓ ଏହି  ମାଠିଆ ରେ ପ୍ରତିଦିନ ପାଣି ଭରିବା ପାଇଁ ଗ୍ରାମ ର ମହିଳା  ସନ୍ଦ୍ଯାରାଣି  ମଣ୍ଡଳ  ଙ୍କୁ ନିଯୋଜିତ  କରାଯାଇଥିଲା।  କିଏ  କଣ ପାଇଁ  ଏହି  ଏଭଳି ଅମାନୁଷିକ କାମ  କରିଛି  ସେ ନେଇ  ପୋଲିସ  ନିକଟରେ କୌଣସୀ ଖବର  ନାହି, ବର୍ତ୍ତମାନ ଏମ ଭି  ୭୯ ପୋଲିସ  ଗାଁକୁ ଯାଇ   ତଦନ୍ତ କରୁଛି  ଘଟଣା ସମ୍ପର୍କ ରେ। ଗ୍ରାମରୁ ଗୁରୁତର  ଅବସ୍ଥାରେ ଅଣାଯାଇ  କାଲିମେଳା  ଗୋଷ୍ଠୀସ୍ବାସ୍ଥ୍ବ କେନ୍ଦ୍ର ରେ  ଚିକିତ୍ସା ପାଇଁ ଅଣାଯାଇ ଥିଲା  ତାପରେ ଅବସ୍ଥା ସଂକଟାପନ୍ନ ଥିବାରୁ  ସେମାନଙ୍କୁ ଜିଲ୍ଲାର  ମୂଖ୍ଯ  ଚିକିତ୍ସାଳୟ କୁ ସ୍ଥାନାନ୍ତରିତ  କରାଗଲା।

Leave A Reply

Your email address will not be published.