mobile header

ମେୟରଙ୍କ ମହାନତା; ନିଜେ ଉଠାଇଲେ କୁକୁର ଶବ

କଟକ ମହାନଗର ନିଗମ୍‌ (ସିଏମ୍‌ସି)ର ମେୟର ସୁବାସ ସିଂଙ୍କ ମହାନତା। ନିଜେ ଉଠାଇଲେ ରାସ୍ତାରେ ମରି ପଡିଥିବା କୁକୁରର ମୃତଦେହ । ଅପେକ୍ଷା କଲେନି ସିଏମସିର ଶବଉଠା ଗାଡିକୁ । ମେୟରଙ୍କ କାର୍ଯ୍ୟକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶଂସା କରାଯାଉଛି।

ଆଜି କଟକ ତଳତେଲେଙ୍ଗା ବଜାର ରାସ୍ତାରେ ଦୁର୍ଘଟଣାର ସାମ୍ନା କରି ଏକ କୁକୁରର ମୃତ୍ୟୁ ହୋଇଥିଲା। ଦୀର୍ଘ ୪ ଘଣ୍ଟା ଧରି ରାସ୍ତା ଉପରେ କୁକୁରର ମୃତଦେହ ପଡିଥିଲେ ମଧ୍ୟ ସିଏମସି ପକ୍ଷରୁ ଉଠାଯାଇ ନ ଥିଲା । ସେହି ରାସ୍ତା ଦେଇ ମେୟର ସୁବାସ ସିଂହ ସିଏମସି କାର୍ଯ୍ୟାଳୟକୁ ଯାଉଥିବା ବେଳେ ତାଙ୍କ ନଜରକୁ ଏହା ଆସିଥିଲା । ସେ ଗାଡି ଅଟକାଇ ନିକଟସ୍ଥ ଦୋକାନରୁ ଏକ ଜରି ଆଣି ସେଥିରେ କୁକୁର ମୃତଦେହ ଭର୍ତ୍ତି କରି ସିଏମସି ଅଫିସ ନେଇଥିଲେ । ସେଠାରେ ଥିବା ଅଫିସରମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ।

Leave A Reply

Your email address will not be published.