mobile header

ଟିପିସିଓଡିଏଲ୍ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ସୁଦୃଢ଼ କରିବା ପାଇଁ ନେଟ୍‌ୱର୍କରେ ଉନ୍ନତି, ପ୍ରଯୁକ୍ତି, ଗ୍ରାହକ ସେବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁୃ୍ୟସନ ଲିମିଟେଡ୍‌
(ଟିପିସିଓଡିଏଲ୍‌) ଏହାର ଲାଇସେନ୍ସ ଅଂଚଳରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଗତ ଆର୍ଥିକ ବର୍ଷରେ
ଏହାର ନେଟ୍‌ୱର୍କରେ ଉନ୍ନତୀକରଣ ଓ ଭିତିଭୂମି ନବୀକରଣ ଜରିଆରେ ଏହାର ସ୍ଥିତିକୁ ସୁଦୃଢ଼ କରିପାରିଛି । ବିଦ୍ୟୁତ
ବିତରଣର ସାମଗ୍ରିକ ଦୃଶ୍ୟପଟ୍ଟରେ ଉନ୍ନତି ଆଣିବା ପାଇଁ ଅଭିନବ ପ୍ରଯୁକ୍ତି ଓ ଉତମ ଗ୍ରାହକ ସେବା ଉପରେ କଂପାନି
ଗୁରୁତ୍ୱାରୋପ କରୁଛି ।
ଏହାର ନେଟୱର୍କକୁ ଦୃଢ଼ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ୧୦୦ ସର୍କିଟ୍ କିଲୋମିଟର (ସିକେଏମ୍‌)ରୁ ଅଧିକ
ଉପରେ ଥିବା ୩୩ କେଭି ବିଦ୍ୟୁତ ତାର ଓ ୧୧୦୦ ସିକେଏମ୍‌ରୁ ଅଧିକ ୧୧ କେଭି ତାରରେ ଉନ୍ନତି ଅଣାଯାଇଛି
ଓ ପରିବର୍ତନ କରାଯାଇଛି । ବିଭିନ୍ନ ଅଂଚଳରେ ଯୋଗାଣ ମାନରେ ଉନ୍ନତି ଆଣିବା ଲାଗି ୧୦୦୦ରୁ ଅଧିକ
ବିତରଣ ସବ୍‌-ଷ୍ଟେସନ (ଡିଏସ୍‌ଏସ୍‌)ର ନବୀକରଣ କରାଯାଇଛି । କଂପାନି ପକ୍ଷରୁ ପ୍ରାୟ ୧୦,୯୦୦ ଖୁଂଟ
ସୁଦୃଢ଼ୀକରଣ ଓ ୩୭,୮୦୦ ଖୁଂଟର କଙ୍କ୍ରିଟ କରାଯିବା ବ୍ୟତୀତ ଏହାର ନେଟୱର୍କରେ ୪୨,୭୪୩ ନୂଆ ଏଲ୍‌ଟି
ଓ ଏଚ୍‌ଟି ଖୁଂଟ ଯୋଡ଼ାଯାଇଛି । ଭିତିଭୂମିରେ ଉନ୍ନତୀକରଣ ଓ ସୁଦୃଢ଼ୀକରଣ ବ୍ୟତୀତ, ଟିପିସିଓଡିଏଲ୍ ପକ୍ଷରୁ
ନିରାପତା ଉପରେ ଗୁରୁତ୍ୱକୁ ନିଶ୍ଚିତ କରାଯାଇଛି । ହାତୀ ଉପଦ୍ରୁତ ଅଂଚଳରେ ୧୦୦ ଡିଏସ୍‌ଏସ୍ ସହିତ ୧୨୦୦ରୁ
ଅଧିକ ଖୋଲା ଡିଏସ୍‌ଏସ୍‌ରେ ବାଡ଼ ଦିଆଯାଇଛି ।
ଉପକରଣ ଓ ନେଟ୍‌ୱର୍କ ଭିତିଭୂମିର ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ ଉତ୍ସାହଜନକ ଫଳ ପ୍ରଦାନ କରିଛି । ଉପକରଣର
ଜୀବନକାଳ ଚିହ୍ନଟ କରିବା ଲାଗି ଥର୍ମୋଗ୍ରାଫି ଓ ଡିଜଲ୍‌ଭଡ୍ ଗ୍ୟାସ ଆନାଲିସିସ୍ ଭଳି ସ୍ଥିତି ଭିତିକ ରକ୍ଷଣାବେକ୍ଷଣ
ବ୍ୟବସ୍ଥାକୁ କଂପାନି ଗ୍ରହଣ କରିଛି ଓ ଠିକ୍ ସମୟରେ ରକ୍ଷଣାବେକ୍ଷଣ କରାଯାଇଛି । ବର୍ଷକ ପୂର୍ବେ ବିଭ୍ରାଟ ତୁଳନାରେ
୨୦୨୧-୨୨ ଆର୍ଥିକ ବର୍ଷରେ ୩୩ କେଭିରେ ବିଭ୍ରାଟରେ ୬୪ ପ୍ରତିଶତ ଓ ୧୧ କେଭି ବିଭ୍ରାଟରେ ୩୭% ହ୍ରାସ
କରିବା ସଫଳତା ମିଳିପାରିଛି ।
ବିଦ୍ୟୁତ ଯୋଗାଣ ସମ୍ପର୍କିତ ସେବାକୁ ଅଧିକ ଗ୍ରାହକ ମିତବ୍ୟୟୀ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଗତ ଆର୍ଥିକ
ବର୍ଷରେ ବହୁ ସଂଖ୍ୟକ ଅଭିଯାନ ଗ୍ରହଣ କରାଯାଇଛି । ଢେଙ୍କାନାଳ, ପାରାଦୀପ, ସାଲେପୁର ଓ ଜଗତସିଂହପୁର ଭଳି
ସ୍ଥାନରେ ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିବା ସହ କଂପାନି ଏହାର ମୋଟ ଗ୍ରାହକ ସେବା କେନ୍ଦ୍ର ସଂଖ୍ୟାକୁ ୧୪
ପର୍ଯ୍ୟନ୍ତ ବଢ଼ାଇଛି । ଗାଓଁ ଚଲୋ ଅଭିଯାନରେ ବିଭିନ୍ନ ଗ୍ରାମରେ ୬୬୦ ରୁ ଅଧିକ ଶିବିର ଆୟୋଜନ କରି କଂପାନି
ଗ୍ରାମୀଣ ଗ୍ରାହକଙ୍କ ନିକଟରେ ପହଂଚିପାରିଛି । ଅଭିଯୋଗ କରିବା ଓ ବିଲ୍ ପେମେଂଟ୍‌କୁ ସହଜ କରିବା ଲାଗି
ଟିପିସିଓଡିଏଲ୍ ପକ୍ଷରୁ ଡିଜିଟାଲ୍ ପ୍ଲାଟଫର୍ମ ଉପରେ ଗୁରୁତ୍ୱ ଦିଆଯାଇଛି ଓ ବିଭିନ୍ନ ପ୍ରକାର ସେବା ଯଥା ବିଲ୍ ପଇଠ
କରିବା, ନୂଆ ସଂଯୋଗ, ଅଭିଯୋଗ ଇତ୍ୟାଦି ପାଇଁ ଏକ ଡିଜିଟାଲ୍ ସମାଧାନ ଭାବେ ଟିପିସିଓଡିଏଲ୍ ମିତ୍ର ଆପ୍‌ର
ପ୍ରସାର କରାଯାଇଛି । ଡିଜିଟାଲ୍ ପେମେଂଟ୍‌ର ପ୍ରସାର କରିବା ଲାଗି କଂପାନି ପକ୍ଷରୁ ସଠିକ୍ ସମୟରେ ବିଲ୍ ପଇଠ ଉପରେ ୨% ରିହାତି ଦିଆଯାଉଛି ଏବଂ ନିର୍ଧାରିତ ତାରିଖ ମଧ୍ୟରେ ଅନଲାଇନ୍‌ରେ ବିଲ୍ ପଇଠ କରୁଥିବା
ଗ୍ରାହକମାନଙ୍କ ଲାଗି ପେ ଆଣ୍ଡ୍ ୱିନ୍ ସ୍କିମ୍ ଚାଲୁ ରଖାଯାଇଛି ।
ଏହି ଅବସରରେ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଏମ୍ ସେନବାଗମ କହିଛନ୍ତି ଯେ,
“ଓଡ଼ିଶାରେ ଆମେ ଆଉ ଏକ ସଫଳ ବିତରଣ ସଂସ୍କାର କାହାଣୀ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ । ଗତ ଆର୍ଥିକ
ବର୍ଷରେ ଆମେ ସଠିକ୍ ଦିଗରେ ଅଗ୍ରସର ହୋଇଛୁ । ସବୁ ନବୀକରଣ, ନେଟ୍‌ୱର୍କ ଉନ୍ନତି ଓ ଆଧୁନିକ ଫଳ-କୈନ୍ଦ୍ରୀକ
ପ୍ରଯୁକ୍ତିର ବ୍ୟବହାର ସହିତ ଟିପିସିଓଡିଏଲ୍‌ର ବିତରଣ ଭିତିଭୂମି ବହୁତ ଭଲ ଆକାର ନେଇଛି । ଶ୍ରେଷ୍ଠ ସେବା ଓ
ସବୁଠୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସହିତ ଆମେ ଆମ କାର୍ଯ୍ୟ କ୍ଷେତ୍ରର ଅନ୍ୟାନ୍ୟ ବିଷୟରେ ପ୍ରଯୁକ୍ତି ଜନିତ
ଉନ୍ନତୀକରଣ ଉପରେ କାର୍ଯ୍ୟ କରୁଛୁ ।’’

Leave A Reply

Your email address will not be published.