mobile header

ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ

କନ୍ଧମାଳ ଜିଲ୍ଲା ବାଲିଗୁଡାର ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ। ଶନିବାର ୮୦ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି। ସ୍ୱର୍ଗତ କହଁର ୨୦୦୦ମସିହାରେ ବିଜେପିର ପ୍ରଥମ ବିଧାୟକ ହୋଇଥିଲେ। ତାଙ୍କ ମୃତ୍ୟୁରେ ବାଲିଗୁଡ଼ା ବିଧାନସଭା ମଣ୍ଡଳୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

ସ୍ୱର୍ଗତ କହଁର ତାଙ୍କ ସମୟରେ ସେ ଅଞ୍ଚଳବାସୀଙ୍କ ପାଇଁ ବହୁ ଉନ୍ନୟନମୂଳକ କାର୍ଯ୍ୟକରିଛନ୍ତିl ସେ ଖୁବ ଶାନ୍ତ ସ୍ୱଭାବର ଥିବାରୁ ଅଞ୍ଚରେ ତାଙ୍କର ଲୋକପ୍ରିୟତା ରହିଥିଲା।

ତାଙ୍କ ମୃତ୍ୟୁରେ ବିଜେପି ଜିଲା ସଭାପତି ଜଗନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ପଦ୍ମ ଚରଣ ଦାସ, ବିଜେପି ନେତା ନେତ୍ର ମାନସେଠ, ରମେଶ ମହାନ୍ତି, ଭଗବାନ ମହାନ୍ତି, ବରିଷ୍ଠ ବିଜେପି ନେତା କମଳା କାନ୍ତ ପାଣ୍ଡେ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

ସେହିପରି ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର, ପୂର୍ବତନ ବିଧାୟକ ରାଜୀବ ପାତ୍ରଙ୍କ ସମେତ ଜିଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମ ବେଦନା ଜଣାଇଛନ୍ତି।

Leave A Reply

Your email address will not be published.