mobile header

ଏସବିଆଇ ଚେତାବନୀ । ଏହି ଦୁଇ ନମ୍ବରକୁ କଲ୍ ଆସିଲେ, ଦିଅନ୍ତୁ ନାହିଁ ବ୍ୟକ୍ତିଗତ ତଥ୍ୟ । ନହେଲେ ଶୂନ ହେଇଯିବ ଆପଣଙ୍କ ଆକାଉଣ୍ଟ…

ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଏକ ଚେତାବନୀ ଜାରି କରିଛି । ବ୍ୟାଙ୍କ ନିଜ ଟୁଇଟର ହ୍ୟାଣ୍ଡେଲରୁ ଏନେଇ ସୂଚନା ଦେବା ସହିତ କେୱାଇସି ନାଁରେ ହେଉଥିବା ଠକେଇ ବିଷୟରେ ନିଜ ଗ୍ରାହକଙ୍କୁ ସଚେତନ କରିଛି ।

ଏସବିଆଇ ଆସାମ ସିଆଇଡିର ଏକ ଟୁଇଟକୁ ରି-ଟୁଇଟ୍ କରି ଦୁଇଟି ନମ୍ବର ଜଣାଇଛି । ଏହି ନମ୍ବରରୁ ଯଦି ଆପଣଙ୍କ ପାଖକୁ କଲ୍ ଆସୁଛି ଏବଂ କେୱାଇସି ର ବାହାନା ଦେଖାଇ ବ୍ୟକ୍ତିଗତ ତଥ୍ୟ ମଗାଯାଉଛି ତେବେ, ଏଥିରୁ ଦୂରେଇ ରୁହନ୍ତୁ । କୌଣସି ପ୍ରକାର ବ୍ୟକ୍ତିଗତ ତଥ୍ୟ ସେମାନଙ୍କୁ ଦିଅନ୍ତୁ ନାହିଁ ବୋଲି ବ୍ୟାଙ୍କ୍ ଚେତେଇ ଦେଇଛି ।

କୁହାଯାଉଛି ଏହି ଦୁଇ ନମ୍ବରରୁ ହିଁ ଲୋକମାନଙ୍କୁ ବହୁଳ ପରିମାଣରେ ଠକାଯାଉଛି । ଏହି ନମ୍ବରରୁ କଲ୍ କରି ଲୁଟେରାମାନେ ସାଧାରଣ ଲୋକଙ୍କ ବ୍ୟାଙ୍କ୍ ତଥ୍ୟ ସଂଗ୍ରହ କରିବା ସହିତ ପରେ ଆକାଉଣ୍ଟକୁ ଚୂନ ଲଗାଉଛନ୍ତି । ଏନେଇ ସିଆଇଡିକୁ ତଥ୍ୟ ମିଳିବା ପରେ ଟୁଇଟରେ ଏନେଇ ନମ୍ବର ଜାରି କରାଯାଇଥିଲା । ଆଉ ଏବେ ଏହାକୁ ଏସବିଆଇ ପକ୍ଷରୁ ସେୟାର କରାଯାଇଛି ।

Leave A Reply

Your email address will not be published.