mobile header

ମୟୁରଭଞ୍ଜ: ଜାତୀୟ ରାଜମାର୍ଗ ଅବରୋଧ କରି ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼ କଲେ ଉତ୍ୟକ୍ତ ଗ୍ରାମବାସୀ

ଜାତୀୟ ରାଜମାର୍ଗ ଅବରୋଧ କରି ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼ କଲେ ଗ୍ରାମବାସୀ । ଏଭଭି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାରେ । ଭାଗବାନପୁର ପଞ୍ଚାୟତର ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନକୁ ସ୍ଥାନୀୟ ଅଞ୍ଚଳରେ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅର୍ଦ୍ଧ ନିର୍ମିତ ପଞ୍ଚାୟତ ଗୃହକୁ ଭାଙ୍ଗିବା ସହିତ ଉତ୍ତେଜନା ଲାଗି ରହିଛି । ପରେ ଉତ୍ୟକ୍ତ ଗ୍ରାମବାସୀ କୁଳିଅଣା ବ୍ଲକର ସହରୀ ନିକଟରେ ଜାତୀୟ ରାଜପଥ ୧୮ ଅବୋରାଧ କରିଥିଲେ । ଏହି ସମୟରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି । ତେବେ ଘଟଣାସ୍ଥଳରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପହଁଞ୍ଚିଥିଲା ବେଳେ ଉତ୍ୟକ୍ତ ଗ୍ରାମବାସୀ ବଡ ନୂଆଗାଁ ନିକଟରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ କରିଥିବାର ଖବର ଆସିଛି । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଏବଂ ପଲିସ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି

Leave A Reply

Your email address will not be published.