xmas

ଲାଞ୍ଚ ନେବା ପାଇଁ ଦିଲ୍ଲୀରୁ ଆସିଥିଲେ , ଭୁବନେଶ୍ୱରରେ ପଡିଲେ ସିବିଆଇ ପଞ୍ଝାରେ । ଦିଲ୍ଲୀ ପୋଲିସର ଦାଦାଗିରିର ଖୋଲିଲା ମୁଖା

ଭୁବନେଶ୍ୱରରୁ ଦିଲ୍ଲୀ ପୁଲିସକୁ ବାନ୍ଧିଲା ସିବିଆଇ । ସାଢେ ୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖାର କନେଷ୍ଟବଳଙ୍କୁ ବାନ୍ଧିଛନ୍ତି ସିବିଆଇ ଅଧିକାରୀ । ଉଦୟ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଲା ବେଳେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ଦିଲ୍ଲୀ ଇଓଡବ୍ଲୁର କନେଷ୍ଟବଳ ଅମିତ ଲାହୁଚା ।

ଏକ ମାମଲାରେ ସାକ୍ଷୀ ତାଲିକାରୁ ନାଁ ହଟାଇବା ପାଇଁ ଏହି ଲାଞ୍ଚ ଦାବି କରିଥିଲେ ଇଓଡବ୍ଲ ୁକନେଷ୍ଟବଳ । ତେବେ ଦିଲ୍ଲୀ ଇଓଡବ୍ଲୁର ଇନସପେକ୍ଟରଙ୍କ ନିର୍ଦ୍ଦେଶରେ ଅମିତ ଲାହୁଚା ଲାଞ୍ଚ ନେବା ପାଇଁ ଆସିଥିବା ଜଣାପଡିବା ପରେ ତାଙ୍କ ଘରେ ମଧ୍ୟ ରେଡ କରିଛି ସିବିଆଇ । ଉକ୍ତ ଅଭିଯୁକ୍ତ ଏବେ ସିବିଆଇର ହେପାଜତରେ ରହିଥିବା ଜଣାପଡିଛି ।

ଲାଞ୍ଚ ନେବା ପୂର୍ବରୁ ଇଓଡବ୍ଲୁ ଇନସପେକ୍ଟର ସଜନ ସିଂ ଯାଦବ ଫୋନ୍ କରି ଉଦୟଙ୍କ ସହ କଥା ହୋଇଥିଲେ । ଏପରିକି ମାମଲାର ରଫାଦଫା ପାଇଁ ଟଙ୍କା ଦେବାକୁ ଧମକାଇଥିଲେ । ଲାଞ୍ଚ ନଦେଲେ ଉକ୍ତ ମାମଲାରେ ଉଦୟଙ୍କୁ ଅଭିଯୁକ୍ତ କରାଯିବ ବୋଲି କହିଥିଲେ । ଏପରିକି ପୂର୍ବରୁ ଆସି ଟଙ୍କା ଦେବାକୁ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ । ଆଉ ଶେଷରେ ଲାଞ୍ଚ ନେବାକୁ ଆସି ନିଜେ ସିବିଆଇ ଫାଶରେ ପଡିଛନ୍ତି ଦିଲ୍ଲୀ ପୋଲିସର କର୍ମଚାରୀ ।

Leave A Reply

Your email address will not be published.