mobile header

ବଦଳିଲେ ୧୧ ଓଏଏସ୍‌, ୭ ଓଆରଏସ୍‌

ଭୁବନେଶ୍ୱର: ଶନିବାର ରାଜ୍ୟ ସରକାର ୧୧ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଏବଂ ୭ଜଣ ଓଡ଼ିଶା ରାଜସ୍ୱ ସେବା(ଓଆର୍‌ଏସ୍‌)ଙ୍କୁ ବଦଳି କରିଛନ୍ତି । ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଯୋଗେ ସୂଚନା ଦିଆଯାଇଛି । ଓଏଏସ୍‌ଙ୍କ ମଧ୍ୟରେ ପିପିଲି ତହସିଲଦାର ସପନ କୁମାର ନନ୍ଦ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ବଦଳି ହୋଇଛନ୍ତି । ସେହିପରି ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ଜୋନ୍ ଅଫିସର ଥିବା କାର୍ତ୍ତିକ ମଣ୍ଡଳ ଭଦ୍ରକ ଏଲ୍‌ଏଓ ହୋଇଛନ୍ତି । ତାଙ୍କ ସ୍ଥାନରେ ଗୁଣୁପୁର ଉପଜିଲ୍ଲାପାଳ ନିରଞ୍ଜନ ନାୟକ ପ୍ରକଳ୍ପର ଜୋନ୍ ଅଫିସର ନିଯୁକ୍ତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ପୋଡ଼ିଆ ବ୍ଲକ ବିଡିଓ ରଘୁନାଥ ମୁଣ୍ଡାରୀ ଚିତ୍ରକୋଣ୍ଡା ବିଡିଓ ନିଯୁକ୍ତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଖଇରପୁଟ ତହସିଲଦାର ରାମକୃଷ୍ଣ ନାୟକଙ୍କୁ ପୋଡ଼ିଆ ବିଡିଓଭାବେ ନିଯୁକ୍ତ କରାଯାଇଛି ।

ଅନ୍ୟପଟେ ଭୁବନେଶ୍ୱନର ମହାନଗର ନିଗମ(ବିଏମ୍‌ସି)ର ଡେପୁଟି କମିଶନର ଥିବା ମହେନ୍ଦ୍ର କୁମାର ବଢ଼େଇ ନୂଆପଡ଼ା ଉପଜିଲ୍ଲାପାଳ ହୋଇଛନ୍ତି । ବିଏମ୍‌ସିରେ କାର୍ଯ୍ୟରତ ଥିବା ଆଉ ଜଣେ ଅଧିକାରୀ ଶ୍ରୀମନ୍ତ ମିଶ୍ର କଟକ ବୋର୍ଡ଼ ଅଫ୍ ରେଭିନ୍ୟୁର ଅଧସ୍ତନ ସଚିବ ନିଯୁକ୍ତ ହୋଇଛନ୍ତି । ସୁକିନ୍ଦା ତହସିଲଦାର କାବେରୀ ମୁଦୁଲି ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷାଙ୍କ ଓଏସ୍‌ଡି ନିଯୁକ୍ତ ହୋଇଥିବାବେଳେ ଲାଠିକଟା ବିଡିଓ ପ୍ରଶାନ୍ତ ତରାଇ ଓ କାଇଁଶି ତହସିଲଦାର ସୋନାଲି ଚାନ୍ଦ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଓଏସ୍‌ଡିଭାବେ ନିଯୁକ୍ତ ହୋଇଛନ୍ତି।

ଅନ୍ୟପକ୍ଷରେ ଓଆର୍‌ଏସ୍ ଅଫିସରଙ୍କ ମଧ୍ୟରେ ରାଉରକେଲା ଅତିରିକ୍ତ ତହସିଲଦାର ଅଭିଜିତ୍ ମହନ୍ତ, କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନଜିତ୍ ତ୍ରିପାଠୀ, ଜଳସମ୍ପଦ ବିଭାଗ ଆଇପିଡିପି ଅଧିକାରୀ ସୋନାଲି ଶୁଭଦର୍ଶିନୀ, କଟକ ଦେବୋତ୍ତର ଅଧିକାରୀ ସ୍ୱରୂପ ନନ୍ଦନ ବେହେରା, ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଲିଲନ ପ୍ରସାଦ ସାହୁ ପ୍ରମୁଖ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଓଏସ୍‌ଡି ନିଯୁକ୍ତ ହୋଇଛନ୍ତି । ଅନ୍ୟ ଅଧିକାରୀଙ୍କ ମଧ୍ୟରେ ରାମାନାଗୁଡ଼ା ଅତିରିକ୍ତ ତହସିଲଦାର ଅଜିତ୍ କୁମାର ପଟ୍ଟନାୟକ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳଭାବେ ନିଯୁକ୍ତ ହୋଇଥିବା ବେଳେ କଟକ ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା ନୟାଗଡ଼ର ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି ।

Leave A Reply

Your email address will not be published.