mobile header

ଉଡ୍ର’ ତରଫରୁ ବସ୍ତ୍ର ଓ ଛତା ବଂଟନ

ଭୁବନେଶ୍ୱର: ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ ‘ଥିଲେ ଦିଅ, ନଥିଲେ ନିଅ’ ଅଭିଯାନ ମାଧ୍ୟମରେ ବସ୍ତ୍ର ଓ ଛତା ଆଜି ଅପରାହ୍ନ ଘ.୩.୩୦ ମିନିଟ୍ ସମୟରେ ଭୁବନେଶ୍ୱର ମହାନଗର ନିଗମର ୩୪ ନମ୍ବର ୱାର୍ଡରେ ଅବସ୍ଥିତ ସତ୍ୟନଗର ଡେଭଲପ୍‌ମେଂଟ୍ ଓ କଲଚରାଲ୍ ସୋସାଇଟି (ସତ୍ୟନଗର ହୋମ୍ ଟାଉନ୍ ପାଖ)ରେ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ପୁରୁଣା, ନୂତନ ବସ୍ତ୍ର ଏବଂ ଛତା ଯେଉଁମାନଙ୍କର ବସ୍ତ୍ରର ଅଭାବ ଓ ଛତାର ଅଭାବ ଅଛି ସେହିମାନଙ୍କୁ ବଂଟନ କରାଯାଇଥିଲା । ବସ୍ତ୍ର ଅଭାବ ଥିବା ଏବଂ ଛତା ଅଭାବ ଥିବା ଲୋକମାନଙ୍କୁ ଖଣ୍ଡେ ବସ୍ତ୍ର ଓ ଗୋଟେ ଛତା ଦେଇ ସେହିମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ‘ଉଡ୍ର’ ତରଫରୁ ଏହା ଏକ ଛୋଟ ପ୍ରୟାସ ।

ଏହି ବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଓଡିଶାର ବିଭିନ୍ନ ସ୍ଥାନ ମାନଙ୍କରେ ବିଗତ ୬ ବର୍ଷ ହେବ ହୋଇଆସୁଅଛି । ପୂର୍ବବର୍ଷ ୨୫ ହଜାରରୁ ଊର୍ଦ୍ଧ୍ୱ ବସ୍ତ୍ର ବଂଟନ କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ଆପଣ ଆପଣଙ୍କର ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଏକ ନୂତନ ଜୀବନ । ଏହି ବଂଟନ କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ତଥା ମୋ କଲେଜ ଅଧ୍ୟକ୍ଷ (ଓଡିଶା ସରକାର) ଆକାଶ ଦାସନାୟକ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା (ଭୁବନେଶ୍ୱର), ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ , କର୍ପୋରେଟର (ୱାର୍ଡ ନଂ-୩୪) ପୁଷ୍ପାଞ୍ଜଳୀ ସେଠୀ, ନରେନ୍ଦ୍ର କୁମାର ସେଠୀ, ରୁଦ୍ରାକ୍ଷ ପାଣିଗ୍ରାହୀ, ରାଜେନ୍ଦ୍ର ଆଚାର୍ଯ୍ୟ, ଲୋକନାଥ ପଣ୍ଡା, ମମତା ରାଉତ, ତୁଷାର ପଟ୍ଟନାୟକ, ଶୀତଲ୍ ପାତ୍ର, ଜିନା ସାମଲ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ପ୍ରଭାତ ଶତପଥି, କିଶୋର ଦାସ, ଭାଗ୍ୟଧର ସାମଲ, ବାବୁ ବାବୁ, ପୱନ ପାତ୍ରୋ, ଜୋଷିକା ବୋଷ, ତାପି ମିଶ୍ର ଓ “ଉଡ୍ର” ପରିବାରର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ

Leave A Reply

Your email address will not be published.