mobile header

2 ବର୍ଷ ଧରି ମଜା ନେଲା, ଟଙ୍କା ଲୁଟିଲା, ବୁଲେଇ ବୁଲେଇ ଛାଡି ଦେଲା, ଆଉ ଏବେ ସେ…

ମିଲନ ମହାରଣାଙ୍କ ସହ ମୋର ୨ ବର୍ଷ ସମ୍ପର୍କ ରହିଛି । ମୋ ସହିତ ସେ ପ୍ରେମ ସମ୍ପର୍କ ରଖିଥିଲେ । ଆମେ ଦୁହେଁ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହି ଆସୁଥିଲୁ । ସେ ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏବେ ମୋତେ ଆଭଏଡ୍‌ କରୁଛନ୍ତି ।

କିଛି ଦିନ ହେବ, ସେ ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହି ଆସୁଛନ୍ତି । ତେବେ ସେଥିପାଇଁ ମୋତେ ବିବାହ କରିବାକୁ ସେ ମନା କରୁଛନ୍ତି । ମୋ ପୂର୍ବରୁ ସେ ଅନେକ ଝିଅଙ୍କ ସହିତ ରହିଛନ୍ତି । ସେ ମୋର ଗାଡ଼ି କିଣିବା ପାଇଁ ୨ ଲକ୍ଷ ଟଙ୍କା ନେଇଥିଲେ ।

ପୂର୍ବରୁ ବୁଲେଟ୍‌ କିଣିବା ପାଇଁ ମୋ ପାଖରୁ ଟଙ୍କା ନେଇଥିଲେ । ଏହାର ପ୍ରମାଣ ମଧ୍ୟ ମୋ ପାଖରେ ଅଛି । ମୁଁ ମଧ୍ୟ ପୋଲିସକୁ ଜଣାଇଛି । ତେବେ ଅଭିନେତା ଏମ ସୁମନ କୁମାର ଏକାଧିକ ଓଡିଆ ସିରିଏଲରେ ଅଭିନୟ କରିଛନ୍ତି । ହେଲେ ଗତ କିଛି ଦିନ ହେଲା ସେ ଜଣେ ଅଭିନେତ୍ରୀଙ୍କୁ ପ୍ରେମ କରୁଥିଲେ, ହେଲେ ଏବେ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସମ୍ପୃକ୍ତ ଅଭିନେତ୍ରୀ ଜଣକ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ ।

ପାହାଳ ପୁଲିସ ଯୁବତୀଙ୍କ ନିକଟରୁ ଏପରି ଅଭିଯୋଗ ପାଇବା ପରେ ତାଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ୩୨୦ ଓ ୩୨୬ ଦଫାରେ ମାମଲା ରୁଜୁ କରିଛି ।

Leave A Reply

Your email address will not be published.