
କାଲିମେଳା ତା ୨୫/୪ ଆଜି ସକାଳେ ନିଜ ଡିଉଟି ସାରି କେନ୍ଦୁ ପତ୍ର ତୋଳି ପିଲାମାନଙ୍କୁ ସାଙ୍ଗ କରି ପତ୍ର ଗୁଡିକୁ ବିଡା ବାନ୍ଧି ସନ୍ଦ୍ଯା ୪ ଟା ସମୟରେ କେନ୍ଦୁପତ୍ର ଗୁଡିକୁ ଫଡି ରେ ଦେଇ ଘରକୁ ଫେରୁଥିବା ସମୟରେ ବଜ୍ର ପାତରେ ଚାଲିଗଲା ଜୀବନ, ଏହିପରି ଏକ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି 79ଥାନା ଥାନା ଶିମିଳି ବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଏମପିଭି 69 ଗ୍ରାମରେ ଗ୍ରାମର ଅନିମା କୀର୍ତ୍ତନିଆଁ ଆଜି ନିଜ ଡିଉଟି ସାରି କେନ୍ଦୁପତ୍ର ତୋଳି ପିଲାମାନଙ୍କୁ ସଙ୍ଗରେ ଧରି ବିଡା ବାନ୍ଧି ଚାରିଟା ସମୟରେ କେନ୍ଦୁ ପତ୍ର ଫଡି କୁ ନେଇ ଥିଲେ ପତ୍ର ଦେଇ ଫେରୁଥିବା ବେଳେ ହଠାତ ମେଘ ପବନ ସାଙ୍ଗକୁ ବିଜୁଳି ମାରିଥିଲା ଫଳରେ ଜାଗାରେ ଟଳି ପଡ଼ିଥିଲେ ।ଘଟଣାସ୍ଥଳ ରୁ ପରିବାର ବର୍ଗ ଗୁରୁତର ଅବସ୍ଥାରେ ଉଧାର କରି ଅନିମା କୀର୍ତ୍ତନିଆଁ ଙ୍କୁ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା ସେଠାରେ ଉପସ୍ଥିତ ଥିବା ଡାକ୍ତର ଚିତ ରଞ୍ଜନ ମିଶ୍ର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ, ।ତାଙ୍କର ସହିତ ଗ୍ରାମ ର ଅନ୍ଯ ତିନିଜଣ ମଧ୍ଯ ବଜ୍ରାଘାତ ର ଶିକାର ହୋଇ ଥିଲେ ।ସେମାନଙ୍କୁ ଚିକିତ୍ସା ନିମେନ୍ତ କାଲିମେଳା ଗୋଷ୍ଠୀସ୍ବାସ୍ଥ୍ବ କେନ୍ଦ୍ର କୁ ନିଆଯାଇଥିଲା। ଅନିମାଙ୍କ ସ୍ୱାମୀ ସଞ୍ଜୟ କୀର୍ତ୍ତନିଆଁ କୀଡୀନି ଜନିତ ରୋଗରେ ଗତ ତିନି ବର୍ଷ ତଳେ ମୃତ୍ୟୁ ହୋଇଥିଲା ଦୁଇ ପୁଅ ଝିଅ ଙ୍କୁ ନିଜର ସ୍ବଳ୍ପ ଦରମାରେ ଚଳି ଆସୁଥିଲେ ଏବେ ପିଲା ଦୁଇଟି ବାପା ମା ଛେଉଣ୍ଡ ହୋଇଯାଇଛନ୍ତି, ଅନିମାର ଏପରି ମୃତୁ ରେ ଅଞ୍ଚଳରେ ଶୋକା କୁଳ ପରିବେଶ ଦେଖିବାକୁ ମିଳିଛି.