mobile header

ବୟସ୍କଙ୍କୁ ସାକ୍ଷର କରିବ ଏଫ୍‌ଏମ୍‌ୟୁ

ଫକୀରମୋହନ ବିଶ୍ଵବିଦ୍ୟାଳୟ ଏବଂ ରୋଟାରୀ ଇଣ୍ଡିଆ ଲିଟେରେସି ମିଶନ୍ ଓ ରୋଟାରୀ ଇଣ୍ଟରନ୍ୟାସନାଲ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଏଥିରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ରୋଟାରୀ ଇଣ୍ଡିଆ ହ୍ୟୁମାନିଟି ଫାଉଣ୍ଡେସନ୍‌ର ସିଓଓ ବିଶ୍ୱଜିତ ଘୋଷ, ଜିଲ୍ଲା ଆରଆଇଡି ଶାନ୍ତନୁ କୁମାର ପାଢ଼ୀ ଓ ଉପଦେଷ୍ଟା ରୋଟାରିଆନ୍‌ ସୁବ୍ରତ କର, ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, କୁଳସଚିବ କୁକୁମିନା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବୟସ୍କଙ୍କ ସାକ୍ଷରତାକୁ ପ୍ରାଥମିକତା ଦେଇ ଏପରି ବୁଝାମଣା ସ୍ୱାକ୍ଷର କ୍ଷେତ୍ରରେ ଫକୀରମୋହନ ବିଶ୍ଵବିଦ୍ୟାଳୟ ପ୍ରଥମ ସରକାରୀ ଶିକ୍ଷାନୁଷ୍ଠାନ। ପ୍ରଥମେ ବାଲେଶ୍ୱରର ଦୁଇଟି ଗ୍ରାମକୁ ଭିତ୍ତିକରି ଏହି ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ଏହି ଅବସରରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଶିକ୍ଷାର ବିକାଶ ଓ ଉନ୍ନତିନିମିତ୍ତ ବହୁବିଧ ଯୋଜନା ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପ୍ରସଙ୍ଗରେ ଦସ୍ତାବିଜ୍‌ ତଥା ବୁଝାମଣା ଜ୍ଞାପନ ହୋଇଥିଲା। ଗୋଟିଏ ସମୃଦ୍ଧ ଓ ସମରାଷ୍ଟ୍ରର ପରିକଳ୍ପନା ତା’ର ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷାର ସ୍ଥିତାବସ୍ଥା ଉପରେ ନିର୍ଭରଶୀଳ ହେତୁ ପ୍ରାଥମିକ ସ୍ତରରୁ ବୟସ୍କଙ୍କ ପର୍ଯ୍ୟନ୍ତ ଶିକ୍ଷାର ଗୁରୁତ୍ଵ ଉପବିଧି ଓ ପଦକ୍ଷେପ ଏହି ଦାୟବଦ୍ଧ ସ୍ଵାକ୍ଷରନାମାର ଏକ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ପ୍ରକାଶ କରିଥିଲେ। ବିଶେଷତଃ ବାଲେଶ୍ୱର ଓ ଭଦ୍ରକ ଅନ୍ତର୍ଗତ ଗ୍ରାମୀଣ ଅଞ୍ଚଳମାନଙ୍କରେ ବୟସ୍କଙ୍କ ଭିତରେ ସାକ୍ଷରତାକୁ ନେଇ ଗଠନାତ୍ମକ ମାନସିକତା ତିଆରି କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେବ ବୋଲି ପ୍ରଫେସର ଅଧିକାରୀ ମତ ଦେଇଥିଲେ। ଆଂଚଳିକ ମନୁଷ୍ୟ ନିକଟରେ ଥିବା ପରିପକ୍ୱ ଚିନ୍ତନକୁ ସାର୍ବଜନୀନ କରି ପ୍ରକାଶ କରିବା କ୍ଷେତ୍ରରେ ସାକ୍ଷାରତାର ଆବଶ୍ୟକତା ଏକାନ୍ତ ଜରୁରୀ ଏବଂ ବିଶ୍ଵବିଦ୍ୟାଳୟ ଏ ଦିଗରେ ଉଚିଚ ପଦକ୍ଷେପ ଗ୍ରହଣ କରିଛି ବୋଲି ଶ୍ରୀମତୀ ଦାସ ପ୍ରକାଶ କରିଥିଲେ। ସଂଯୋଜିକା ରାଜଶ୍ରୀ ଦତ୍ତ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.