mobile header

ଗଞ୍ଜେଇ ଚାଲାଣ  ଦୁଇ ଅଭିଯୁକ୍ତ ଓ ଅଟୋ ବାଇକ୍ ଜବତ

କାଲିମେଳା ତା ୨୫/୪ ମାଲାକାନଗିରି ଜିଲ୍ଲା କାଲିମେଳା ପୋଲିସ କୁ ମିଳିଛି ପୁଣି ଏକ ସଫଳତା l ଘଞ୍ଚ ଜଙ୍ଗଲ ଭିତରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ କାଲିମେଳା ପୋଲିସ ପକ୍ଷରୁ ଚଡାଉ କରାଯାଇ ବିପୁଳ ଗଞ୍ଜେଇ ଜବତ କରାଯାଇଛି l ସୂଚନା ଅନୁଯାଇ କାଲିମେଳା ଥାନା ଅନ୍ତର୍ଗତ କବାସିଗୁଡା ଗ୍ରାମ ପାଖ ଜଙ୍ଗଲରେ ଗତକାଲି ସକାଳ 10 ଟା ସମୟରେ ଗଞ୍ଜେଇ କାରବାର ଚାଲିଥିବା ନେଇ କାଲିମେଳା ପୋଲିସ କୁ ଖବର ମିଳିଥିଲା l ପରେ ଥାନା ଅଧିକାରୀ ରଘୁନାଥ ମାଝୀ ଙ୍କ ନିର୍ଦ୍ଦେଶ କ୍ରମେ ସବଇନ୍ସପେକ୍ଟର ସଂଜୟ କୁମାର ବଡସେଠୀ ଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଉକ୍ତ ସ୍ଥାନକୁ ଯାଇ ଗଞ୍ଜେଇ କାରବାର ଉପରେ ଚଡାଉ କରିଥିଲେ l ଘଟଣା ସ୍ଥଳରୁ 19 ଟି ବସ୍ତା ରହିଥିବା ବେଳେ ସେଥିରୁ ଗଞ୍ଜେଇ ବାହାରିଥିଲା ସେ ଗୁଡିକ ଓଜନ କରିବା ପରେ 5 କୁଇଣ୍ଟାଲ 26 କେଜି 300 ଗ୍ରାମ ଗଞ୍ଜେଇ ବାହାରିଥିଲା l ଏଥିସହିତ ଘଟଣା ସ୍ଥଳରେ ରହିଥିବା ଗୋଟିଏ ଅଟୋ ଏବଂ ଗୋଟିଏ ମୋଟରସାଇକଲ୍ କୁ ଜବତ କରାଯାଇଛି l ଗଞ୍ଜେଇ ଚାଲାଣ ଅଭିଯୋଗରେ 2 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଆନ୍ଧ୍ରପ୍ରଦେଶ ପାଲାଗେଡା ଅଞ୍ଚଳର କରା ସାମୁ (35) ଏବଂ ଏମଭି 79 ଥାନା ଅନ୍ତର୍ଗତ କଣ୍ଡେଲଗୁଡା ଗ୍ରାମର ଡମ୍ବରୁ ଶିଶା 38 ବୋଲି ଜଣା ପଡିଛି l ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୂଲ୍ୟ 20 ଲକ୍ଷ ଟଙ୍କରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି lପୋଲିସ  ଘଟଣାରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି l ଏହି ଘଟଣାରେ ଥାନା ମହିଳା ସବଇନ୍ସପେକ୍ଟର କୃଷ୍ଣା କୁମାରୀ ପ୍ରଧାନ ତଦନ୍ତ କରୁଛନ୍ତି l

Leave A Reply

Your email address will not be published.