mobile header

ଓଡିଶା ରୁ ହାଇଦ୍ରାବାଦ ଯାଉଥିବା ଘରୋଇ ବସ ରେ ଲଗାଇଲେ ନିଆଁ ମାଓବାଦୀ

ଓଡିଶା ରୁ ହାଇଦ୍ରାବାଦ ଯାଉଥିବା ଘରୋଇ ବସ ରେ ଲଗାଇଲେ ନିଆଁ ମାଓବାଦୀ ।

କାଲିମେଳା ତା ୨୫/୦୪: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ମାଓବାଦୀ ମାନେ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇଥିବା ଜଣାପଡ଼ିଛି। ମାଓବାଦୀ ମାନେ ସୀମାନ୍ତ ଛତ୍ତିଶଗଡ଼ ର କୋଣ୍ଟା ଗ୍ରାମ ଠାରୁ ମାତ୍ର ୧୫ କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶ ର ଚିନ୍ତୁର ମଣ୍ଡଳଲମର କତୁର ଗ୍ରାମ ଜଙ୍ଗଲ ନିକଟରେ ଓଡିଶାରୁ ପଡୋଶୀ ରାଜ୍ୟ ତେଲେଙ୍ଗାନା ର ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏନଏଲ0୧ବି୨୨୪୯ (NL01B2249) ନମ୍ବର ବିଶିଷ୍ଟ ଏକ ଘରୋଇ ବସ କୁ ସମ୍ପୂର୍ଣ୍ଣ ଜାଳି ଦେବା ସହ ନିଜର ଉପସ୍ଥିତି ଜାହିର କରିଛନ୍ତି।ଏହି ବସଟି ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳରୁ ତେଲେଙ୍ଗାନାର ହାଇଦ୍ରାବାଦ କୁ ଯାଉଥିଲା ।ସୂଚନା ମୁତାବକ ଗତ କାଲି ମାଓବାଦୀଙ୍କ ପକ୍ଷରୁ ଦଣ୍ଡକାରଣ୍ୟ କ୍ଷେତ୍ରରେ ବନ୍ଦ ଆହ୍ଵାନ ଦିଆଯାଇଥିଲା। ତେବେ ବିଳମ୍ବିତ ରାତିରେ ମାଓବାଦୀ ମାନେ ଓଡିଶାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏହି ବସ୍ କୁ ରାତ୍ରୀ ପ୍ରାୟ ୧୧,:୩୦ ରୁ ୧୨ ଟା ସମୟ ମଧୟରେ ଅଟକାଇ ସମସ୍ତ ଯାତ୍ରୀଙ୍କୁ ଗାଡିରୁ ଓହ୍ଲାଇ ସମ୍ପୂର୍ଣ୍ଣ ବସ୍ ରେ ନିଆଁ ଲଗାଇ ଦେଇଥିଲେ। ଓ ଘଟଣା ସ୍ଥଳ ରେ କିଛି ମାଓ ପୋଷ୍ଟର ମଧ୍ଯ ଛାଡିଯାଇଛନ୍ତି। ବସରେ ପାଖାପାଖୀ ୪୦ ଜଣ ଯାତ୍ରୀ ରହିଥିବା ଜଣାପଡିଛି ।ଏହି ଘଟଣା ବାବଦରେ ଖବର ପାଇ ଆଜି ଭଦ୍ରାଚଲମ ଏସ୍ପି ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଥିବା ବେଳେ ଏ ନେଇ ଚିନ୍ତୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି। ଅନ୍ୟପଟେ ଏହି ବସରେ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ସର୍ବାଧିକ ମାଲାକନଗିରି ରୁ ହୋଇଥିବା ବେଳେ କିଛି ଦାଦନ ଶ୍ରମିକ ହାଇଦ୍ରାବାଦ କୁ କାମ କରିବାକୁ ଯାଉଥିବା ଜଣାପଡିଛି। ବିଳମ୍ବିତ ରାତିରେ ଏହି ବସରୁ ଓହ୍ଲାଇବା ପରେ କିଛି ଯାତ୍ରୀ ଅନ୍ଯାନ୍ଯ ଗାଡି ମଟର ଯୋଗେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିବା ବେଳେ ଆଉ କିଛି ଚିନ୍ତୁର ପୋଲିସ ଓ ସ୍ଥାନୀୟ ପ୍ରଶାସନର ସହଯୋଗରେ ରହିଥିବା ଜଣାପଡ଼ିଛି।
ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ

Leave A Reply

Your email address will not be published.