mobile header

ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ସରକାରୀ ବାବୁ । ସେ ବାବୁ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ଜିଆରଏସ ବାବୁଲି ପଢ଼ିଆରୀ । ଭିଜିଲାନ୍ସ ପକ୍ଷରୁ ବାବୁଲିଙ୍କର ଭୁବନେଶ୍ୱରର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ତାଙ୍କର ରଘୁନାଥପୁର ପୈତୃକ ଘର, କଳାରାହାଙ୍ଗ ଅଫିସ, ଆଶିର୍ବାଦ ପ୍ଲାଜା ଆପାର୍ଟମେଣ୍ଟ, ରଘୁନାଥପୁରରେ ଥିବା ବିଲଡିଂ, ରଘୁନାଥପୁରରେ ଥିବା ଆଜବେଷ୍ଟସ ଘର ଆଦିରେ ଚଢ଼ଉ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରେ ଲାଞ୍ଚ ନେବା ସମୟରେ ବରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଫୁଡ ସେଫଟି ଲାଇସେନ୍ସ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ସେହିପରି ଚଳିତ ମାସ ୬ ତାରିଖରେ ରାଜ୍ୟର ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏମଆଇ ଡିଭିଜନର ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା ।

Leave A Reply

Your email address will not be published.