
କାଲିମେଳା: ତା ୨୬/୪ କାଲିମେଳା ପୁଲିସ କୁ ପୁଣି ମିଳିଛି ବଡ ସଫଳତା ଗୋଟିଏ ବଡ ଗଞ୍ଜେଇ ରାକେଟ ଠାବ କରିବାରେ ସକ୍ଷମ ହୋଇଛି। ବିଗତ କିଛିଦିନ ଧରି କାଲିମେଳା ପୋଲିସ ଲଗାତାର ଗଞ୍ଜେଇ ମାଫିଆଙ୍କୁ ଧରି ଥାନା ଆଣି ଏନଡିପିଏସ କେସ ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କରୁଛି । ଗତକାଲି ରାତ୍ରିରେ ଗଞ୍ଜେଇ ଚୋରାଚାଲାଣ ରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନାନୁସାରେ ଗୋଟିଏ ଧଳାରଙ୍ଗର AP23Y 4722 ନମ୍ବର ବିଶିଷ୍ଟ ପିକଅପ ଭ୍ୟାନ ରେ ପ୍ଳାଇଉଡ ସହିତ ଗଞ୍ଜେଇ ଚୋରା ଚାଲାଣ ସମୟରେ କାଙ୍ଗୁରକୋଣ୍ଡା ଗ୍ରାମ ଛକ ନିକଟ ରେ ଗତକାଲି କାଲିମେଳା ପୁଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗାଡି କୁ ଅଟକାଇ ଯାଞ୍ଚ କଲାବେଳେ ଉକ୍ତ ପିକଅପ ରେ ଗଞ୍ଜେଇ ଥିବା ଜାଣିବାକୁ ପାଇ ଥିଲେ ଗାଡିକୁ ଓ ଏହି ଗଞ୍ଜେଇଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଥାନାକୁ ଆଣିପଚରାଉଚୁରା କରି ଶେଷରେ ସେମାନଙ୍କୁ କୋର୍ଟଚାଲାଣ କରିଛନ୍ତି। ଏମାନଙ୍କର ପାଖରୁ ଗୋଟିଏ TS09 FF0296 ନମ୍ବର ବିଶିଷ୍ଟ ବଜାଜ ପଲସର ମଟରସାଇକଲ ମଧ୍ଯ ଜବତ କରିଛି କାଲିମେଳା ପୋଲିସ। ଓ ଗିରଫ ୫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୩ ଜଣ ତେଲେଙ୍ଗାନା ରାଜ୍ୟ ର ଏବଂ ୨ ଜଣ ଓଡିଶା ର ବୋଲି ଜଣାପଡିଥିବା ବେଳେ ଏମାନଙ୍କ ଠାରୁ ୮୪୪ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏହି ଗଞ୍ଜେଇ ଓଡ଼ିଶାରୁ ପଡୋଶୀ ରାଜ୍ୟ ତେଲେଙ୍ଗାନା, ମହାରାଷ୍ଟ୍ର କୁ ଚାଲାଣ ହେଉଥିଲା ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତେଲେଙ୍ଗାନା ରାଜ୍ୟ ସଙ୍ଗାରେଡ଼ି ଜିଲ୍ଲାର ଆକାଶ ଗାୟକୱ।ଡ଼(୨୮), ଯାଦବ ସଞ୍ଜିପ (୨୧),ରାଥୋଡ ବିରବଲ(୨୬) ଏବଂ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପପଲୁର ଗ୍ରାମ ନିକଟସ୍ଥ ଏନଗୁରାଇ ଗ୍ରାମର ପ୍ରଧାନ ଖରା(୨୬),କପାତୁଟି ନିକଟସ୍ଥ ମାଳାଗୁଡା ଗ୍ରାମର ଚିନ୍ନାରାଓ ପାଣ୍ଡରୁ(୫୫) ବୋଲି ଜଣାପଡିଛି ।ଏ ନେଇ କାଲିମେଳା ପୋଲିସ ଏକ ମାମଲା ରୁଜୁ କରି କେସ ନଂ ୧୧୨/୨୨ ପ୍ରକାରେ ଗିରଫ କରି ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କରିଛି ।
ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ