mobile header

ବିଧାୟକ ସୁର ରାଉତରାୟଙ୍କୁ କାରଣଦର୍ଶାଅ ନୋଟିସ୍‌

କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି । କଂଗ୍ରେସର ସଭାପତି କିଏ ହେବ ତାହା ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି ବୋଲି ଗଣମାଧ୍ୟମରେ କିଭଳି ଓ କେଉଁ ପରିସ୍ଥିତିରେ ବୟାନ ଦେଲେ ତା’ର ସନ୍ତୋଷଜନକ ଉତ୍ତର ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହି ଉତ୍ତର ମିଳିବା ପରେ ତାକୁ ଏଆଇସିସିର ଅବଗତି ପାଇଁ ପଠାଯିବ ବୋଲି ସେ କହିଛନ୍ତି ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଜଟଣୀର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରି କହିଛନ୍ତି ଯେ, କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ମନ୍ତବ୍ୟ ଦେଇଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଯାହାକି କଂଗ୍ରେସ ପାଇଁ ଅତ୍ୟନ୍ତ କ୍ଷତିକାରକ ଓ ଏଥିପାଇଁ ଦଳ ସମାଲୋଚିତ ହେବା ସହ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି । ଜଣେ ବରିଷ୍ଠ ନେତା ହୋଇ ଏଭଳି ବୟାନ ଦେବା ଶୋଭା ପାଉନି ବୋଲି ନିରଞ୍ଜନ କହିବା ସହ କଂଗ୍ରେସ ସଭାପତି କିଏ ହେବ ତାହା କିଭଳି ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି ଓ କେଉଁ ପରିସ୍ଥିତିରେ ସେ ଏହା କହିଲେ ତାହା ଲିଖିତ ଭାବେ ଶୀଘ୍ର ଅବଗତ କରାଇବାକୁ କହିଛନ୍ତି ।

***ପିସିସି ସଭାପତିଙ୍କ ଉତ୍ତର ନିଶ୍ଚୟ ଦେବି । ମୁଁ ସେଭଳି କିଛି ବିରାଟ ଭୁଲ୍ କରି ନାହିଁ । ମୁଁ ଯାହା କହିଛି, ପିସିସି ସଭାପତି ନିଜେ ସେୟା କହିଥିଲେ । ଜୟଦେବ ଜେନା ମଧ୍ୟ ଏଭଳି ମନ୍ତବ୍ୟ ଦେଇଥିଲେ ।’ ତେଣୁ ଏନେଇ କୌଣସି କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ସୁର । ନିରଞ୍ଜନ ଓ ଜୟଦେବ ପ୍ରଥମେ କ୍ଷମା ମାଗନ୍ତୁ, ତାପରେ ସେ ମାଗିବେ ବୋଲି କହିଛନ୍ତି ।

===, ମୁଁ ନବୀନ ନିବାସ ପଟେ ଯାଉଥିଲି। ସାମ୍ବାଦିକ ଭାଇମାନେ ଘେରି ଗଲେ। ସେମାନେ କହିଲେ ବିଜେଡି ପଞ୍ଚାୟତ ଓ ମ୍ୟୁନିସିପାଲିଟିରେ ୯୦ ଭାଗ ଜିତି ସମୀକ୍ଷା କରୁଛନ୍ତି କେମିତି ୧୦୦ ଭାଗ ନେବ। ଏହା ଶୁଣି ମୁଁ କହିଲି ତାଙ୍କର ତ ସବୁ। ନବୀନ ବାବୁଙ୍କର ସବୁ। ତା’ପରେ ସାମ୍ବାଦିକମାନେ ପଚାରିଲେ ନିରଞ୍ଜନ ପଟ୍ଟନାୟକ କ’ଣ ତାଙ୍କର? ମୁଁ କହିଲି ନିରଞ୍ଜନ ତାଙ୍କର। ଚେଲା କୁମାର ବି ତାଙ୍କର। କହୁ କହୁ କହିଦେଲି, ଗୋଟେ ସ୍ଲିପ୍ କରି ଗଲା। କ’ଣଟା ଭାସିଗଲା ସେଠୁ। ଏୟା ହୋଇଛି କଥା। ଏହା ସହିତ ମୁଁ କହିଥିଲି, ସମସ୍ତେ ଶୁଣିଥାଅ କଂଗ୍ରେସ ଏକ ଜାତୀୟ ଦଳ। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏହାର ନେତା। ଆମେ ସବୁ କ୍ୟାଡର। ଆମକୁ କେହି ପରିବର୍ତ୍ତନ କରିପାରିବେନି।

===ମୁଁ କାରଣ ଦର୍ଶାଅ ନୋଟିସ୍ ପାଇଛି। ତା’ ଉତ୍ତର ଦେବି। ସେମିତି କିଛି ବିରାଟ ଭୁଲ୍ କରିନି ଯେ ମୁଁ ଉତ୍ତର ଦେବିନି। ମୁଁ ଯାହା କହିଛି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ସେହି କଥା କହିଥିଲେ। ଜୟଦେବ ଜେନା ବି କହିଥିଲେ। ଆଉ ମୁଁ କହିଦେଲି ଯେ କ’ଣ ଭାସିଗଲା?

Leave A Reply

Your email address will not be published.