mobile header

ଅପରାଜିତା ଓ ବିଜେପି ମଧ୍ୟରେ ମତଭେଦ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ମଧ୍ୟରେ ମତଭେଦ ସ୍ପଷ୍ଟ ହେବାରେ ଲାଗିଛି । ପୁରୀ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଆଜି ହାଇଡ୍ରାମା ଦେଖାଦେଇଥିଲା । ଶତାଧିକ ସମର୍ଥକଙ୍କୁ ନେଇ ଭୁବନେଶ୍ୱର ସାଂସଦ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହାର ପ୍ରତିବାଦରେ ଶତାଧିକ ସମର୍ଥକଙ୍କ ସହ ସାଂସଦ ଆଗକୁ ବଢିଥିଲେ । ଆଜି ଏକ ପଦଯାତ୍ରାକୁ ପ୍ରଶାସନ ବାରଣ କରିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ ଗଣମାଧ୍ୟମକୁ କହିଥିଲେ, ଏହା ଦଳୀୟ କାର୍ଯ୍ୟକ୍ରମ ନଥିଲା । ଦଳ ଏହାକୁ ସମର୍ଥନ କରୁନାହିଁ ବୋଲି ସେ କହିଥିଲେ ।

ବିଜେପିର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ସୁରଥ କହିଥିଲେ, ରାଜ୍ୟ ସରକାରଙ୍କ ଐତିହ୍ୟ କରିଡର କାର୍ଯ୍ୟକ୍ରମକୁ ବିଜେପି ସମର୍ଥନ କରୁଛି । ତେବେ ଏଏସଆଇ ଅନୁମତି ଦେଇନଥିବାରୁ ଏହାକୁ ନେଇ ବିବାଦ ରହିଛି । କିନ୍ତୁ ଆଜିର ଅପରାଜିତାଙ୍କ ପ୍ରତିବାଦ କାର୍ଯ୍ୟକ୍ରମ, ଦଳୀୟ କାର୍ଯ୍ୟକ୍ରମ ନୁହେଁ ବୋଲି କହିବା ପରେ ଅପରାଜିତା ଓ ବିଜେପି ମଧ୍ୟରେ ଥିବା ଫାଟ ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.