
ମାଲକାନଗିରି,୨୮/୪ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଅର୍କେଲ ପୁଲିସକୁ ଗଂଜେଇ ଜବତ କରିବାରେ ସଫଳତା ମିଳିଛି।ଅର୍କେଲ ଥାନା ତରଫରୁ ଏସ ଆଇ ଭୁବନେଶ୍ୱର ପଟନାୟକଙ୍କ ନେତୃତ୍ୱରେ ଏମଭି-୫୪,କାଳିଆମୁଣ୍ଡା,ବାଲିଛୁଆଁ ଏବଂ ମହୁପଦର ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ଗଂଜେଇ ଚାଲାଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ଚଢ଼ାଉ କରି ଦୁଇଜଣ ବ୍ୟକ୍ତିକୁ ଗିରଫ କରିବା ସହ ଗଂଜେଇକୁ ଜବତ କରିଥିଲେ।ଜବତ କରିଥିବା ଗଂଜେଇର ଓଜନ ପରେ ଏହା ୭୭୫ କିଲୋ ବୋଲି ଜଣାପଡିଥିଲା।ପୁଲିସ ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତିମାନେ ହେଲେ ମହୁପଦର ଗ୍ରାମର ବିଶ୍ୱନାଥ ଖିଲ(୨୫) ଏବଂ ସାନିଆ ଚାଲାଣ(୨୧)।ଗିରଫ ପରେ ଏମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।