mobile header

ପିଏନ୍‍ବି ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ଚିତ୍ତରଞ୍ଜନ ପୃଷ୍ଟି କାର୍ଯ୍ୟଭାର ଗ୍ରହଣ କରିଛନ୍ତି

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ଚିତ୍ତରଞ୍ଜନ ପୃଷ୍ଟି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ପୃଷ୍ଟି ଏହା ପୂର୍ବରୁ ବ୍ୟାଙ୍କର ଅହମ୍ମଦାବାଦସ୍ଥିତ ଅଞ୍ଚଳ କାର୍ଯ୍ୟାଳୟର ଉପ-ଅଞ୍ଚଳ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ସେ ୧୯୯୫ ମସିହାରେ ଦିଲ୍ଲୀସ୍ଥିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର କର୍ପୋରେଟ୍‌ କାର୍ଯ୍ୟାଳୟରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେ ୨୦୦୬ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସହିଦନଗର ଶାଖା ଏବଂ ବ୍ରହ୍ମୁର ଶାଖାରେ କାର୍ଯ୍ୟ କରିଛନ୍ତି । ଶ୍ରୀ ପୃଷ୍ଟି ଭୁବନେଶ୍ୱରର ମ ଣ୍ଡଳ ମୁଖ୍ୟ ଭାବେ ଗ୍ରାହକ ସେବା, ବ୍ୟବସାୟ ସଂପ୍ରସାରଣ, କାସା ଏବଂ ରିଟେଲ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ପ୍ରତି ବିଶେଷ ଧ୍ୟାନ ଦେବା ସହିତ ଏନ୍‌ିଏ ଆକାଉଣ୍ଟ ଗୁଡିକର ତୁରନ୍ତ ସମାଧାନ ଉପରେ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି । ଶ୍ରୀ ପୃଷ୍ଟି ଗ୍ରାହକ ସେବାକୁ ପ୍ରାଧାନ୍ୟ ଦେବା ପାଇଁ ବ୍ୟାଙ୍କର କର୍ମଚାରୀମାନଙ୍କୁ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.