ଚିତ୍ରକୋଣ୍ଡା ୨୮/୦୪/୨୦୨୨
୨୮ ଏପ୍ରିଲ ମଧୁବାବୁ ଙ୍କ ଜନ୍ମ ଦିବସ କୁ ସାରା ରାଜ୍ୟରେ ସ୍ୱାଭିମାନ ଦିବସ ରୂପେ ପାଳନ କରାଯାvଇଛି । ଏହି ଅବସରରେ ସମ୍ବାଦ ଆମ ଓଡ଼ିଶା ଓ ଚିତ୍ରକୁଣ୍ଡା ସାମ୍ବାଦିକ ସଂଘ ସଦସ୍ୟଙ୍କ ଉପସ୍ଥିତ ରେ ଚିତ୍ରକୁଣ୍ଡା ମଧୁସୂଦନ ଛକ ନିକଟରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଓ ଧୂପ ଅର୍ପଣ କରାଯାଇ ମଧୁସୂଦନ ଦାସ ଙ୍କ ସ୍ମୃତି ଚାରଣ କରାଯାଇ ଥିଲା। ଚିତ୍ରକୁଣ୍ଡା ସାମ୍ୱାଦିକ ସଂଘର ବରିଷ୍ଠ ସଦସ୍ୟ ରାଜକମଲ ପୁରୋହିତ ଓ ରତ୍ନାକର ପ୍ରଧାନ ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇଥିଲେ। ସାମ୍ବାଦିକ ସଂଘର ଅନ୍ୟ ବରିଷ୍ଠ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ବେହେରା ମଧୁବାବୁଙ୍କ ଜୀବନୀ ଉପରେ ବକୃତା ଦେଇଥିଲେ। ଏହି ଅବସରରେ ଚିତ୍ରକୁଣ୍ଡା ସମ୍ବାଦିକ ସଂଘର ସଦସ୍ୟ ବଳରାମ ପଡ଼ିଆରୀ, ରବୀନ୍ଦ୍ର କୁମାର ପାଢୀ,ଦେବେନ୍ଦ୍ର ସାହୁ,ବିଜୁ ଖିଲ,ଭୋଳାନାଥ ମଲ୍ଲିକ,ସତ୍ୟନାରାୟଣ ମିଶ୍ର, ହରିବନ୍ଧୁ ଗତନ ଉପସ୍ଥିତ ଥିଲେ।
