xmas

ଗଗନ” ଭିତ୍ତିକ ଏଲ୍‌ପିଭି ବ୍ୟବସ୍ଥାରେ ସଫଳ ବିମାନ ଉଡାଣ

ଏଭଳି ସଫଳତା ହାସଲ କରିବାରେ ଭାରତ ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳର ପ୍ରଥମ ଦେଶ
ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା ଗୁରୁବାର ରାଜସ୍ଥାନର କିଷନଗଡ ବିମାନଘାଟୀରେ ‘ଗଗନ’ ଭିତ୍ତିକ ଏଲ୍‌ପିଭି ବ୍ୟବସ୍ଥାରେ ପରୀକ୍ଷାମୂଳକ ବିମାନ ଉଡାଣ ସଫଳତାର ସହ କରାଯାଇଛି । ‘ଗଗନ’ ଜିପିଏସ୍ ସହାୟତାରେ ପରିଚାଳିତ ଏକ ଜିଓ ଅଗମେଣ୍ଟେଡ ନାଭିଗେସନ (ଉଡାଣ) ବ୍ୟବସ୍ଥା । ଏଥିରେ ଭୂମିଠାରୁ ବିମାନର ଉଡାଣ ଉଚ୍ଚତା ଅବତରଣ ଓ ଅନ୍ୟାନ୍ୟ ବିଷୟ ନିର୍ଦ୍ଧାରିତ ହୋଇଥାଏ । ସଂକ୍ଷେପରେ ଏହା ଏଲ୍‌ପିଭି ଆପ୍ରୋଚ ପ୍ରସିଡିଓର ଭାବେ ପରିଚିତ । ଏଥିରେ ଆଜି ହାଲ୍‌କା ବିମାନର ପରୀକ୍ଷାମୂଳକ ଉଡାଣ କରାଯାଇଥିଲା ।

ବାୟୁ ପରିବହନ ସେବା (ଏଏନ୍‌ଏସ୍‌) କ୍ଷେତ୍ରରେ ଭାରତ ପାଇଁ ଏହା ଏକ ବିରାଟ ସଫଳତା। ବେସାମରିକ ବିମାନ ଉଡାଣ ଇତିହାସରେ ଏହା ଏକ ମାଇଲଖୁଣ୍ଟ। ଏଭଳି ସଫଳତା ହାସଲ କରିବାରେ ଭାରତ ଏସିଆ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳର ପ୍ରଥମ ଦେଶ। ଏଲ୍‌ପିଭି (ଲୋକାଲାଇଜର ପରଫରମାନ୍ସ ଉଇଥ ଭର୍ଟିକାଲ ଗାଇଡାନ୍ସ)ର ବିଶେଷତ୍ୱ ହେଲା ଏହା ବିମାନକୁ ଉତ୍‌ଥାନ, ଉଡାଣ ଓ ଅବତରଣ କାଳରେ ଆବଶ୍ୟକ ନିରାପଦ ଦିଗ୍‌ଦର୍ଶନ ଦେଇଥାଏ। ଏହି ବ୍ୟବସ୍ଥାଟି ‘କ୍ୟାଟ୍‌-ଇଲ୍ସ’ ସହିତ ସମକକ୍ଷ । ଏଥିରେ ବିମାନ ଉଡାଣ ପାଇଁ ସ୍ଥଳଭିତ୍ତିକ ଉଡ୍ଡୟନ ଭିତ୍ତିଭୂମିର ଆବଶ୍ୟକତା ବିଶେଷ ନାହିଁ । ଏଥିପାଇଁ ଜିପିଏସ୍ ଓ ଗଗନ ଜିଓ ଷ୍ଟେସନାରୀ ସାଟେଲାଇଟ୍ ସେବା ଯୋଗାଉଛି। ଇସ୍ରୋ ପକ୍ଷରୁ ମହାକାଶକୁ ପ୍ରେରଣ କରାଯାଇଥିବା ଜିସାଟ୍‌-୮, ଜିସାଟ-୧୦ ଓ ଜିସାଟ-୧୫ଉପଗ୍ରହମାନ ଏହି ଉଡାଣ ପାଇଁ ସେବା ଯୋଗାଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି ।

ଗଗନ ଏକ ଭାରତୀୟ ଉପଗ୍ରହଭିତ୍ତିକ ପ୍ରବର୍ଦ୍ଧନ(ଅଗମେଣ୍ଟେସନ) ବ୍ୟବସ୍ଥା । ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ୱାରା ଏହା ମିଳିତ ଭାବେ ବିକାଶିତ ହୋଇଛି । ବିଷୁବ ମଣ୍ଡଳୀୟ ଅଞ୍ଚଳରେ ଭାରତ ଏବଂ ଏହାର ପଡୋଶୀ ରାଷ୍ଟ୍ରଙ୍କ ନିମନ୍ତେ ପ୍ରଥମ କରି ଏହି ବ୍ୟବସ୍ଥା ତିଆରି କରାଯାଇଛି । ଭର୍ଟିକାଲ ଗାଇଡାନ୍ସ ଏବଂ ଏନ୍‌ରୁଟ୍ ଅପରେସନ ପାଇଁ ଗଗନ ସିଷ୍ଟମକୁ ଡିଜିସିଏ ୨୦୧୫ରେ ପ୍ରମାଣପତ୍ର ପ୍ରଦାନ କରିଥିଲା । ବିଶ୍ୱରେ ମାତ୍ର ଚାରିଟି ମହାକାଶଭିତ୍ତିକ ଅଗେମେଣ୍ଟସନ ସିଷ୍ଟମ ଉପଲବ୍‌ଧ । ସେଗୁଡିକ ହେଲା- ଭାରତର ଗଗନ, ଆମେରିକା ୱାସ୍‌,ୟୁରୋପର ଇଗ୍‌ନ୍‌ସ ଓ ଜାପାନର ଏମ୍‌ସାସ୍ । ଗଗନ ବ୍ୟବସ୍ଥାଟି ବିଷୁବମଣ୍ଡଳୀୟ ଅଞ୍ଚଳରେ ଥିବା ଭାରତ ଓ ଏହାର ପଡୋଶୀ ରାଷ୍ଟ୍ରଙ୍କ ପାଇଁ ଉଦ୍ଦିଷ୍ଟ ।

ଆଜି ଇଣ୍ଡିଗୋ ଏୟାର ଲାଇନ୍ସର ଏକ ଏଟିଆର ବିମାନ ‘ଗଗନ’ ସେବା ବ୍ୟବହାର କରି ଆଇଏପି ଓ ଏଲପିଭି ବ୍ୟବସ୍ଥାରେ ୨୫୦ ଫୁଟ ଉପରେ ଉଡିଥିଲା । କିଷନଗଡ ବିମାନ ବନ୍ଦରରେ ଏହି ପରୀକ୍ଷାମୂଳକ ଉଡାଣ ସମୟରେ ବିମାନରେ ଡିଜିସିଏ ଟିମ୍‌ର ସଦସ୍ୟମାନେ ଥିଲେ । ଗଗନ ଏଲପିଭି ଫ୍ଲାଇଟ ଟ୍ରାଏଲ ଶୃଙ୍ଖଳାର ଏହା ପ୍ରଥମ ପରୀକ୍ଷା । ଆଜିର ପରୀକ୍ଷାମୂଳକ ଉଡାଣରେ ଯେଉଁ ପଦ୍ଧତି ବ୍ୟବହାର କରାଗଲା ଡିଜିସିଏର ଚୂଡାନ୍ତ ଅନୁମୋଦନ । ପରେ ବ୍ୟବହାର କରାଗଲା ଡିଜିସିଏର ଚୂଡାନ୍ତ ଅନୁମୋଦନ ପରେ ତାହାକୁ ବ୍ୟାବସାୟିକ ଉଡାଣ ପାଇଁ ଉପଯୋଗ କରିବାକୁ ଯୋଗାଇ ଦିଆଯିବ ।

ଏଲପିଭି ଏକ ଉପଗ୍ରହ ଭିତ୍ତିକ ପଦ୍ଧତି ଯାହାକୁ ଆଜି ବିମାନର ଅବତରଣ ଉଦ୍ଦେଶ୍ୟରେ କିଷନଗଡ ବିମାନବନ୍ଦରରେ ବ୍ୟବହାର କରାଯାଇଥିଲା । ଏହା ବିଶେଷତ୍ୱ ହେଲା ଯେଉଁ ବିମାନ ବନ୍ଦରରେ ଅବତରଣ ଉପକରଣ ଓ ବ୍ୟବସ୍ଥା ନାହିଁ ସେଠାରେ ବିମାନ ଏହା ମାଧ୍ୟମରେ ସହଜରେ ଓହ୍ଲାଇ ପାରିବ । ଏହାଫଳରେ ଆଞ୍ଚଳିକ ଓ କ୍ଷୁଦ୍ର ବିମାନବନ୍ଦରଗୁଡିକ ବିଶେଷ ଉପକୃତ ହେବେ। ଆହୁରି ମଧ୍ୟ ଏହି ବ୍ୟବସ୍ଥାରେ ବିମାନକୁ ଭୂପୃଷ୍ଠଠାରୁ ୨୫୦ଫୁଟ୍ ଉଚ୍ଚତାରେ ସହଜରେ ରଖିହେବ। ଏହାଫଳରେ ଖରାପ ପାଗ ଓ ଭଲଭାବେ ଦେଖାଯାଉ ନ ଥିବା ସ୍ଥିତିରେ ବିମାନ ନିରାପଦରେ ଅବତରଣ କରିପାରିବ ।

ଭାରତରେ ବିମାନ ଚଳାଚଳକୁ ନିରାପଦ ଓ ସହଜ କରିବା ପାଇଁ ଡିଜିସିଏ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ସେଥିପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଉଚ୍ଚ ସ୍ୱଦେଶୀ ଜ୍ଞାନ କୌଶଳର ଉପଯୋଗ କରାଯାଉଛି। ଆଜିର ସଫଳତା ପରେ ଭାରତ ବିମାନ ଅବତରଣ ପଦ୍ଧତିରେ ଉପଗ୍ରହ ଭିତ୍ତିକ ଟେକ୍‌ନୋଲୋଜି ବ୍ୟବହାର କରିବାରେ ଏସିଆର ପ୍ରଥମ ରାଷ୍ଟ୍ରର ମାନ୍ୟତା ପାଇଛି । ଇସ୍ରୋ ଗଗନର ନକ୍ସା ପ୍ରସ୍ତୁତି, ନିର୍ମାଣ ଓ ଏହାର କାର୍ଯ୍ୟକାରିତାରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଡିଜିସିଏ ଏହି ସଂସ୍ଥାକୁ ସାଧୁବାଦ ଜ୍ଞାପନ କରିଛି। ୨୦୦୨ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଧାରାବାହିକ ଭାବେ ଚାଲିଛି । ଏହି ପରୀକ୍ଷଣରେ ଅଂଶ୍ରଗ୍ରହଣ କରିଥିବାରୁ ଇଣ୍ଡିଗୋ ଏୟାର ଲାଇନ୍ସକୁ ମଧ୍ୟ ଡିଜିସିଏ ଧନ୍ୟବାଦ ଜଣାଇଛି ।

ଏବେ ସ୍ୱଳ୍ପ ଦୃଶ୍ୟମାନ ସ୍ଥିତିରେ ବିମାନ ଅବତରଣ ପାଇଁ ଯେଉଁ କମାଣ୍ଡ ଓ କଣ୍ଟ୍ରୋଲ ବ୍ୟବସ୍ଥା ଦରକାର ତାହା ଗଗନ ଯୋଗାଇବାକୁ ସକ୍ଷମ । ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ -ବର୍ଗ ୧ର ଅର୍ଥ ହେଉଛି ଅବତରଣ ସମୟରେ ପ୍ରତିକୂଳ ପାଗ ଯୋଗୁଁ ପାଇଲଟ୍ କିଛି ଦେଖି ନ ପାରିବା। ଏଲ୍‌ପିଭି ବ୍ୟବସ୍ଥା ଏହି ଅସୁବିଧା ଦୂର କରିଥାଏ। ଏବେ ଇଣ୍ଡିଗୋର ୩୫, ସ୍ପାଇସ୍ ଜେଟର ୨୧,ଏୟାର ଇଣ୍ଡିଆର ୧୫, ଗୋ ଫାଷ୍ଟର ୪ ଏବଂ ଏୟାର ଏସିଆର ଗୋଟିଏ ସମେତ ଆଉ କେତେକ ଏୟାରଲାଇନ୍ସର ବିମାନ ମାନ ଏଲପିଭି ପ୍ରସିଡିଓର ବ୍ୟବହର କରିବାକୁ ସକ୍ଷମ ।

ବିମାନ ଉଡାଣ ଓ ଅବତରଣ କ୍ଷେତ୍ରରେ ଏହି ଆତ୍ମନିର୍ଭରଶୀତଳା ଆତ୍ମନିର୍ଭର ଭାରତ ନିର୍ମାଣ ର ଏକ ଅଂଶବିଶେଷ। ଦେଶର ଉଡାଣ କ୍ଷେତ୍ରର ବିକାଶ, ସମ୍ପ୍ରସାରଣ ଓ ସୁଦୃଢୀକରଣ କରି ଆତ୍ମନିର୍ଭରଶୀଳ ହେବାକୁ ସରକାର ସବୁ ମନ୍ତେ ଉଦ୍ୟମ କରୁଛନ୍ତି ।

Leave A Reply

Your email address will not be published.